Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସରକାରୀ ଟିକସ ହେରଫେର ଅଭିଯୋଗରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୫ କୋଟି ୮୫ ହଜାର ଟଙ୍କାର ରାଜସ୍ବ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ ।

 ଭୁବନେଶ୍ଵର, କେନ୍ଦ୍ରାପଡା, ଖୋର୍ଦ୍ଧା ନିରାକାରପୁର ଅଧିନସ୍ଥ ପଦ୍ମପୁର ପୈତୃକ ବାସଭବନ ସମେତ ଏକ ଫାର୍ମ ହାଉସ ସହ ୫ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀଙ୍କ ଏକାଧିକ ଟିମ ଏକକାଳୀନ ଚଢ଼ାଉ କରିଛନ୍ତି । ପଦ୍ମପୁର ବାସଭବନଠାରେ ୧୬ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଚଢ଼ାଉରେ ୪ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର ଓ ୮ଜଣ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଘରୁ ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another government baby in the vigilance net | Argus News