Low Pressure / ବର୍ଷା ନ ସରୁଣୁ ପୁଣି ବଢ଼ିଲା ବର୍ଷା ଟେନସନ, ସମୁଦ୍ରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
·46 mins ago·2 min read

Key Points
ପୁଣି ବଢ଼ିଲା ବର୍ଷା ଟେନସନ୍
ସମୁଦ୍ରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା

ଭୂବନେଶ୍ବର: ଅମଳ ଋତୁରେ ପୁଣି ବଢ଼ିଲା ବର୍ଷା ଟେନସନ୍। ସମୁଦ୍ରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ନଭେମ୍ବର ଶେଷରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ପୂର୍ବାଳୀ ତରଙ୍ଗ ପ୍ରଭାବରେ ବଢ଼ିପାରେ ଘୂର୍ଣ୍ଣିବଳୟ ଆଶଙ୍କା।ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟିର ସଙ୍କେତ । ବିଶ୍ୱସ୍ତରୀୟ ପାଣିପାଗ ମଡେଲଗୁଡ଼ିକର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯-୩୦ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଆସନ୍ତା ନଭେମ୍ବର ୨୬-୨୮ ମଧ୍ୟରେ ମାଳୟ ଉପଦ୍ୱୀପ ଅତିକ୍ରମ କରି ଆସିବାକୁ ଥିବା ପୂର୍ବାଳୀ ତରଙ୍ଗ ବା Easterly Wave ଏହାର ପ୍ରାରମ୍ଭିକ ନିମ୍ନସ୍ତରୀୟ ଘୂର୍ଣ୍ଣନ ସୃଷ୍ଟି କରିପାରେ। ତେବେ ଏହାର ଗଠନ ଓ ପରବର୍ତ୍ତୀ ବିକାଶ ସମ୍ପର୍କରେ ଆଗାମୀ ମଡେଲ ଆକଳନରୁ ଅଧିକ ସ୍ପଷ୍ଟତା ମିଳିବ। ବୃହତ୍ତର ବାୟୁମଣ୍ଡଳୀୟ ପରିସ୍ଥିତିରୁ ଏବେ ମିଶ୍ର ସଙ୍କେତ ମିଳୁଛି। ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୧୯ ତାରିଖର ଆକଳନ ଅନୁଯାୟୀ, ମ୍ୟାଡେନ୍–ଜୁଲିଆନ୍ ଦୋଳନ ଡିସେମ୍ବର ପ୍ରଥମ ଭାଗ ପର୍ଯ୍ୟନ୍ତ ସଂବହନଜନିତ ମେଘ ସୃଷ୍ଟି ଓ ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ଅନୁକୂଳ ରହିପାରେ।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ଘୂର୍ଣ୍ଣିବଳୟ, ଓଡ଼ିଶା ପାଇଁ କେତେ ବିପଦ ?
ଅନ୍ୟପକ୍ଷରେ, ଅଷ୍ଟ୍ରେଲିଆର ପାଣିପାଗ ବିଭାଗ ସମେତ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଆକଳନରେ MJO ଦୁର୍ବଳ ହେବା କିମ୍ବା ଏହାର ଗତି ଅନିଶ୍ଚିତ ରହିବାର ସଙ୍କେତ ଦେଖାଦେଇଛି। ଭାରତ ମହାସାଗର ଦ୍ୱିଧ୍ରୁବ ବର୍ତ୍ତମାନ ନିରପେକ୍ଷ ଅବସ୍ଥାରେ ରହିଛି। ଏହାର ପୂର୍ବ ଓ ପଶ୍ଚିମ ଭାଗରେ ସମୁଦ୍ରପୃଷ୍ଠ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥିଲେ ମଧ୍ୟ ଉଭୟ ଅଞ୍ଚଳର ତାପମାତ୍ରା ବିଚ୍ୟୁତି ମଧ୍ୟରେ ପାର୍ଥକ୍ୟ କମ୍ ରହିଛି। ଏଥିସହ, ନିକଟରେ ହୋଇଥିବା ଅର୍ଣ୍ଣବ, ମୁରାସୁ ଓ ଅକଭାନ୍ ବାତ୍ୟାର ଗତିପଥରେ ପଶ୍ଚିମ ବଙ୍ଗୋପସାଗରର ଜଳ ସ୍ଥାନୀୟ ଭାବେ ଥଣ୍ଡା ହୋଇଥାଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଶୀତଳୀକରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଯାଞ୍ଚ ହୋଇନାହିଁ ଏବଂ ଏହା ନୂଆ ଘୂର୍ଣ୍ଣିବାତ୍ୟାର ବିକାଶକୁ ନିଶ୍ଚିତ ଭାବେ ରୋକିବ ବୋଲି କୁହାଯାଇପାରିବ ନାହିଁ। ଏହାର ସମ୍ଭାବ୍ୟ ବିକାଶ ବାୟୁମଣ୍ଡଳୀୟ ପରିସ୍ଥିତି ଓ ସମୁଦ୍ରର ଉପର ସ୍ତରରେ ସଞ୍ଚିତ ତାପଶକ୍ତି ଉପରେ ନିର୍ଭର କରିବ। ମୋଟାମୋଟି ଭାବେ, ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସତର୍କ ନଜର ରଖିବା ଆବଶ୍ୟକ। ଯଦିଓ ନୂଆ ଘୂର୍ଣ୍ଣିବଳୟର ସୃଷ୍ଟି, ତୀବ୍ରତା ଓ ଗତିପଥ ଏବେ ମଧ୍ୟ ଅନିଶ୍ଚିତ ରହିଛି, ତଥାପି ଆଗାମୀ ଦିନର ପାଣିପାଗ ଆକଳନ ଉପରେ ନଜର ରଖିବା ଜରୁରୀ।
Related Topics
Explore more stories