New Cyclonic Circulation / ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ଘୂର୍ଣ୍ଣିବଳୟ, ଓଡ଼ିଶା ପାଇଁ କେତେ ବିପଦ ?
·34 mins ago·2 min read

Key Points
ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା !
ନଭେମ୍ବର ୨୯-୩୦ରେ ବଡ଼ ପରିବର୍ତ୍ତନ ସମ୍ଭାବନା
ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ ?
ନଭେମ୍ବର ୨୯-୩୦ରେ ବଡ଼ ପରିବର୍ତ୍ତନ ସମ୍ଭାବନା
ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ ?
ବଙ୍ଗୋପସାଗରରେ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଙ୍କେତ ମିଳିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲର ଦୀର୍ଘମିଆଦୀ ଆକଳନ ଅନୁଯାୟୀ, ନଭେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ନଭେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ମାଳୟ ଉପଦ୍ୱୀପ ଅତିକ୍ରମ କରି ଆସିବାକୁ ଥିବା ପୂର୍ବାଳୀ ତରଙ୍ଗ (Easterly Wave) ଏହି ଘୂର୍ଣ୍ଣନର ପ୍ରାରମ୍ଭିକ କାରଣ ହୋଇପାରେ । ତେବେ ଏହା ଘୂର୍ଣ୍ଣିବଳୟର ରୂପ ନେବ କି ନାହିଁ ଏବଂ ପରବର୍ତ୍ତୀ ସମୟରେ କେତେ ଶକ୍ତିଶାଳୀ ହେବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ, ବାୟୁମଣ୍ଡଳର ବିଭିନ୍ନ ପରିସ୍ଥିତିରୁ ମିଶ୍ର ସଙ୍କେତ ମିଳୁଛି । ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୧୯ ତାରିଖର ଆକଳନ ଅନୁଯାୟୀ, ଡିସେମ୍ବର ପ୍ରଥମ ଭାଗ ପର୍ଯ୍ୟନ୍ତ ମ୍ୟାଡେନ୍-ଜୁଲିଆନ୍ ଦୋଳନ (MJO) ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ଯୋଗାଇପାରେ । କିନ୍ତୁ ଅଷ୍ଟ୍ରେଲିଆ ସମେତ ଅନ୍ୟ କେତେକ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର ଆକଳନରେ MJO ଦୁର୍ବଳ ହେବାର ସଙ୍କେତ ମିଳୁଛି ।
ସେହିପରି, ଭାରତ ମହାସାଗର ଦ୍ୱିଧ୍ରୁବ (IOD) ବର୍ତ୍ତମାନ ନିରପେକ୍ଷ ଅବସ୍ଥାରେ ରହିଛି । ଉଭୟ ପୂର୍ବ ଓ ପଶ୍ଚିମ ଭାଗରେ ସମୁଦ୍ରପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥିଲେ ମଧ୍ୟ ଦୁଇ ଅଞ୍ଚଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ କମ୍ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ନିକଟରେ ଅର୍ଣ୍ଣବ, ମୁରାସୁ ଓ ଅକ୍ବାନ୍ ବାତ୍ୟାର ପ୍ରଭାବରେ ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳର ସମୁଦ୍ର ଜଳ ସାମୟିକ ଭାବେ ଥଣ୍ଡା ହୋଇଥାଇପାରେ । ତେବେ ଏହି ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଯାଞ୍ଚ ହୋଇନାହିଁ ।
ଓଡ଼ିଶା ପାଇଁ କେତେ ବିପଦ ?
ବର୍ତ୍ତମାନ ସୁଦ୍ଧା ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି କୌଣସି ନିଶ୍ଚିତ ଆକଳନ ଆସିନାହିଁ । ଏହାର ସୃଷ୍ଟି, ତୀବ୍ରତା ଓ ଗତିପଥ ସମ୍ପୂର୍ଣ୍ଣ ଭାବେ ଆଗାମୀ ଦିନର ବାୟୁମଣ୍ଡଳୀୟ ପରିସ୍ଥିତି ଉପରେ ନିର୍ଭର କରିବ । ତେଣୁ ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି ।

Related Topics
Explore more stories