Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ

ଅର୍ଗସ ବ୍ୟୁରୋ  : ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ପ୍ରାଣ ଗଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ବାଳକଙ୍କର ମୃତ୍ୟୁ ବ୍ରହ୍ମପୁରର MKCGରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ  କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ 10 ବର୍ଷର ପୁଅ ଦିପୁନା ମେଲେକା  । ପୂର୍ବରୁ ରାୟଗଡାର କାଶୀପୁରରେ ଡିପଥେରିଆ ସଂକ୍ରମଣରେ 5ଜଣଙ୍କ ମୃତ୍ୟୁ ହୋଇଥିଲା । ଦିନକୁ ଦିନ ଡିପଥେରିଆ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । 

ଅଧିକ ପଢନ୍ତୁ : ଡରାଉଛି ଡିପଥେରିଆ, ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁ ମେଡିକାଲରେ ଭର୍ତ୍ତି

ସେପଟେ ଡିପଥେରିଆ ସଂକ୍ରମଣରେ ଲଗାମ ଲଗାଇବାକୁ କାଶୀପୁରରେ ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷକ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯାଉଛି ।
5ରୁ 15 ବର୍ଷ ବୟସ୍କଙ୍କୁ TD ଡୋଜ୍ ଦିଆଯିବାକୁ ଥିବାବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ରାୟଗଡ଼ା କାଶୀପୁରରେ 5 ଜଣଙ୍କ ଜୀବନ ଯାଇଥିବାବେଳେ ପଡ଼ୋଶୀ ଜିଲ୍ଲାରେ ବି କାୟା ବଢ଼ାଇଲାଣି ଡିପଥେରିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another person died of diphtheria in the state | Argus News