ଦୁବାଇରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ
·2 years ago·1 min read

ଭୁବନେଶ୍ୱର: ଦୁବାଇରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଶବକୁ ଫେରାଇ ଆଣିବାକୁ ନିବେଦନ କଲେ ପରିବାର ଲୋକ । ମୃତକ ବାସୁଦେବପୁର ପୌରପାଳିକା 14ନମ୍ବର ୱାର୍ଡର ନାଥ ପରିଡାଙ୍କ ପୁଅ ସନାତନ ପରିଡା । ସେ ଚଳିତ ବର୍ଷ ମେ ମାସ 16 ତାରିଖରେ କଟକର ଆଦିତ୍ୟ ଟ୍ରାଭେଲସ ଏଜେନ୍ସି ମାଧ୍ୟମରେ ଦୁବାଇକୁ କାମ କରିବାକୁ ଯାଇଥିଲେ । ସେଠାରେ AC ହେଲପର ଭାବରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବରୁ ସେ ଜ୍ବରରେ ଆକ୍ରାନ୍ତ ଥିଲେ ।
ତେବେ ଗତକାଲି ତାଙ୍କର ମୃତ୍ୟୁ ହେଇଥିବା ନେଇ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। କମ୍ପାନୀ ତରଫରୁ ଚିକିତ୍ସା ଅବହେଳା କାରଣରୁ ପୁଅର ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ପୁଅର ଶବକୁ ଗାଁକୁ ଫେରାଇ ଆଣିବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: