Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକର ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago
 ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକର ମୃତ୍ୟୁ 

ମାଲକାନଗିରି; ମାଲକାନଗିରି ଜିଲ୍ଲାରେ ଦାଦନ ଶ୍ରମିକର ହାଇଦ୍ରାବାଦରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ସଦର ଗ୍ରାମର ସ୍ବର୍ଗୀୟ ପୋଷ୍ଟ ମାଷ୍ଟର ସନ୍ୟାସୀ ନାୟକଙ୍କ ଅକାଳ ବିୟୋଗ ପରେ  ପୁଅ  ପରିବାର ଗୁଜରାଣ ନିମନ୍ତେ  ପଡୋଶୀ ତେଲେଙ୍ଗାନା ର ହାଇଦ୍ରାବାଦରେ ଏକ ଘରୋଇ ଗୃହ ନିର୍ମାଣ କମ୍ପାନୀକୁ  ଦାଦନ ଖଟିବାକୁ ଯାଇଥିଲେ।  

ଆଜି ସେଠାରେ ଗୃହ ନିର୍ମାଣ ସମୟରେ ଛାତ ର ସେଣ୍ଟରିଂ ଉପରୁ ପଡି ମୃତ୍ୟୁ ହୋଇଛି । ଏହି ଖବର ଗାଁରେ ପହଁଚିବା ପରେ ମା କୁସୁମା ନାୟକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ  ପରିବାରର ସମ୍ପର୍କୀୟ ଲୋକେ ଗାଁ ର ଲୋକେ ମାନେ ହାଇଦ୍ରାବାଦ ରୁ ଶବ କିପରି ଗାଁକୁ ଫେରିବ ଓ  ମା କିପରି ନିଜ ପୁଅର କ୍ଷତିପୂରଣ ପାଇପାରିବ ସାଧାରଣରେ ଦାବି ଜୋର ଧରିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another odia worker dies in Hyderabad | Argus News