Videos
|
Odisha

ଅଲାରନାଥ ପୀଠରେ ଆଜିଠୁ ଅଣସର ଦର୍ଶନ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଲାରନାଥ ପୀଠରେ ଆଜିଠୁ ଅଣସର ଦର୍ଶନ ଆରମ୍ଭ

ଅର୍ଗସ ବ୍ୟୁରୋ:  ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜିଠୁ ଅଣସର ଦର୍ଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଲାଗିଛି। ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ। ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ। ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ଭୋର ୪ଟାରେ ଫିଟିଥିଲା ଦ୍ବାର। ମଙ୍ଗଳ ଆଳତୀ, ଅବକାଶ, ତଡପଲାଗି, ବେଷ, ଗୋପାଳ ବହ୍ଲଭ ପରେ ୬.୩୦ରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଲମ୍ବା ଲାଇନରେ ଯାଇ ଅରଗଳି ବା ଭିତର କାଠ ଠାରୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ। ମନ୍ଦିରରେ ଭକ୍ତଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କରାରାଇଛି କଡାକଡି।

ଗତକାଲି ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ଵରରେ ପିଡୀତ ଅଛନ୍ତି। ତେବେ ଗତକାଲି ଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇସାରିଥିବା ବେଳେ ଚଳିତ ବର୍ଷ ୧୩ ଦିନ ଧରି ଚାଲୁ ରହିବ। ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ansar's darshan begins today at Alarnath Pitha | Argus News