|
logo
Live

Argus News - ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ହେଉଥିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ

Odisha

ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ହେଉଥିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ

Ritu Das
Browse all articles by Ritu Das
·2 years ago·1 min read
ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ହେଉଥିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ

ଅର୍ଗସ ବ୍ୟୁରୋ: ଐତିହ୍ୟ, ସଂସ୍କୃତି ପରମ୍ପରା ଓ ଅସ୍ମୀତାର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ଯେଉଁ ଉଦ୍ୟମ କରାଯାଇଛି। ତାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଭୈରବ ମହାନ୍ତିଙ୍କଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ରାଜନୈତିକ ନେତା ଓ କଟକ ବାରବାଟୀ ପ୍ରେମୀଙ୍କ ଉଦ୍ୟମ ଫଳରେ ଏହି ଷ୍ଟାଡିୟମ ପ୍ରତିଷ୍ଠା କରାଯାଇଥିଲା। ବାରବାଟୀ ଷ୍ଟାଡିୟମ ହେଉଛି ଓଡ଼ିଶାର ଏକ ଐତିହାସିକ ସ୍ଥଳ। 
ଓଡ଼ିଶା କ୍ରିକେଟ ଆସୋସିଏସନ ସହିତ ଆଲୋଚନା କରି ଷ୍ଟାଡିୟମକୁ ଭାଙ୍ଗିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ କରାଯାଇଛି।

ତାକୁ ରାଜ୍ୟର ସମସ୍ତ ଓଡ଼ିଆ ପ୍ରେମୀ ବିରୋଧ କରିବାପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଷ୍ଟାଡିୟମର ବନୀକରଣକୁ ସଂଗଠନ ବିରୋଧ କରୁନାହିଁ। ମାତ୍ର ଐତିହ୍ୟ ସମ୍ପନ୍ନ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାକୁ ଆମେ ବିରୋଧ କରୁଛୁ। 

ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ଅନ୍ୟ ଜାଗାରେ ଷ୍ଟାଡିୟମ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର କର୍ମକର୍ତ୍ତାମାନଙ୍କ ମତାମତକୁ ଗ୍ରହଣ ନ କରିବା ଦ୍ବାରା ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହକ ଶୀ ନନ୍ଦ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାପାଇଁ ହେଉଥିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ | Argus News