Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naxal Encounter / ନକ୍ସଲ ବିରୋଧୀ ଅପରେସନ୍‌ରେ ୨୩ ଟିମ୍; ମାଓବାଦୀଙ୍କ ଓଡ଼ିଶା ମୁଖ୍ୟ ଗଣେଶ ସହ ୪ ସଫା

Sushanta Sahoo
Browse all articles by Sushanta Sahoo
·6 months ago·3 min read
ନକ୍ସଲ ବିରୋଧୀ ଅପରେସନ୍‌ରେ ୨୩ ଟିମ୍; ମାଓବାଦୀଙ୍କ ଓଡ଼ିଶା ମୁଖ୍ୟ ଗଣେଶ ସହ ୪ ସଫା
Odisha Mao Chief Neutralised

Key Points

ନିହତ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଗଣେଶ ବୋଲି ଜଣାପଡ଼ିଛି । ନିହତ ଗଣେଶ ଉଇକେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା, ଯିଏକି ଓଡ଼ିଶାରେ ସଂଗଠନ କଥା ବୁଝୁଥିଲା ।
ଭୁବନେଶ୍ଵର: କନ୍ଧମାଳରେ ମାଓ ବିରୋଧୀ ଅପରେସନ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଯବାନ । ମାଓ ବିରୋଧୀ ଅପରେସନ୍‌ରେ ମୋଟ ୨୩ଟି ଟିମ୍ ସାମିଲ୍ ହୋଇଥିବା ବେଳେ ବଡ଼ ସଫଳତା ମିଳିଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଅଛନ୍ତି । ନିହତ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଗଣେଶ ବୋଲି ଜଣାପଡ଼ିଛି । ନିହତ ଗଣେଶ ଉଇକେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା, ଯିଏକି ଓଡ଼ିଶାରେ ସଂଗଠନ କଥା ବୁଝୁଥିଲା ।

ନିହତ ଗଣେଶ ଉଇକେ ଓରଫ୍ ରାଜେଶ ତିୱାରୀର ଘର ତେଲଙ୍ଗାନାର ପୁଲ୍ଲେମାଳାରେ । ଗଣେଶକୁ ୬୯ ବର୍ଷ ବୟସ ହୋଇଥିବା ବେଳେ ତା ମୁଣ୍ଡରେ ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି ରହିଥିଲା । ଏନକାଉଣ୍ଟର ସ୍ଥଳରୁ ପୋଲିସ ୪ ମାଓବାଦୀଙ୍କ ମୃତଦେହ ଜବତ କରିଛି ।

ଏଥିସହ ପଢ଼ନ୍ତୁ: ଏସ୍‌ଓଜି ଯବାନଙ୍କ ଗୁଳିରେ ୨ ହାର୍ଡକୋର୍ ମାଓବାହୀ ନିହତ; ମୁଣ୍ଡରେ ଥିଲା ୨୩ ଲକ୍ଷର ପୁରସ୍କାର ରାଶି

ମାଓବାଦୀଙ୍କ ପୋଷାକ ସହ ୨ଟି ଇନସାସ୍ ରାଇଫଲ୍, ଗୋଟିଏ ୩୦୩ ରାଇଫଲ୍ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଗଞ୍ଜାମ ଜିଲ୍ଲାକୁ ଲାଗି ରହିଥିବା କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ରମ୍ଭା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି ।

ରମ୍ଭା ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ମୋଟ ୨୩ଟି ଟିମ୍ ସାମିଲ୍ ହୋଇଛନ୍ତି । ଏସ୍‌ଓଜିର ୨୦ଟି ଟିମ୍ ସହ ସିଆରପିଏଫ୍‌ର ୨ଟି ଟିମ୍ ଏବଂ ବିଏସଏଫର ଗୋଟିଏ ଟିମ୍ ମାଓ ବିରୋଧୀ ଅପରେସନ୍ ଜାରି ରଖିଛନ୍ତି ।

ସେପଟେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଗୁମା ପଞ୍ଚାୟତର ପେଡମ୍ ଜଙ୍ଗଲରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି । ଏସ୍‌ଓଜି ଯବାନଙ୍କ ଗୁଳିରେ ଟଳି ପଡ଼ିଛନ୍ତି ୨ ଜଣ ହାର୍ଡକୋର୍ ମାଓବାଦୀ ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ହେଲା ଚାଲିଛି ବଡ଼ ଅପରେସନ୍; ୧୨ ମାଓବାଦୀ ନିହତ

ଏସ୍‌ଓଜି ଯବାନଙ୍କ ଏନ୍‌କାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏବେବି ପେଡମ୍ ଜଙ୍ଗଲରେ ଜାରି ରହିଛି ଗୁଳି ବିନିମୟ । ବେଲଘର ଥାନା ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ସୁରକ୍ଷାକର୍ମୀ ଏବଂ ପୋଲିସ ଗୁଇନ୍ଦା ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ସାଧା ପୋଷାକରେ ଏସ୍ଓଜି ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଯାହାର ଦୃଢ଼ ଜବାବ ଦେଇଛନ୍ତି ଏସ୍‌ଓଜି ଯବାନ ।

ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଟଳି ପଡ଼ିଥିବା ୨ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ।


କନ୍ଧମାଳରେ ୨୪ ଘଣ୍ଟାରେ ୬ ମାଓବାଦୀ ନିହତ ହେବା ନକ୍ସଲ ମୁକ୍ତ ଭାରତ ଆଡ଼କୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ମାଓ ବିରୋଧୀ ଲଢ଼େଇରେ ଓଡ଼ିଶା ଛିଡ଼ା ହୋଇଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ଭାବେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ପୁଣି ଥରେ ଅମିତ୍ ଶାହ ଆହ୍ଵାନ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
23 Teams in Anti-Naxal Operation; Odisha Mao Chief Killed | Argus News | Argus News