Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naxal Encounter / ଏସ୍‌ଓଜି ଯବାନଙ୍କ ଗୁଳିରେ ୨ ହାର୍ଡକୋର୍ ମାଓବାହୀ ନିହତ; ମୁଣ୍ଡରେ ଥିଲା ୨୩ ଲକ୍ଷର ପୁରସ୍କାର ରାଶି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଏସ୍‌ଓଜି ଯବାନଙ୍କ ଗୁଳିରେ ୨ ହାର୍ଡକୋର୍ ମାଓବାହୀ ନିହତ; ମୁଣ୍ଡରେ ଥିଲା ୨୩ ଲକ୍ଷର ପୁରସ୍କାର ରାଶି
2 Hardcore Maoists Killed in Kandhamal

Key Points

ଯବାନ-ମାଓବାଦୀ ମୁହାଁମୁହିଁ । ଏସ୍‌ଓଜି ଯବାନଙ୍କ ଗୁଳିରେ ଟଳିଲେ ୨ ଜଣ ହାର୍ଡକୋର୍ ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଗୁମା ପଞ୍ଚାୟତର ପେଡମ୍ ଜଙ୍ଗଲରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି ।
ବାଲିଗୁଡ଼ା (କନ୍ଧମାଳ): ଘଞ୍ଚ ଜଙ୍ଗଲରେ ଗୁଳି ବିନିମୟ । ଯବାନ-ମାଓବାଦୀ ମୁହାଁମୁହିଁ । ଏସ୍‌ଓଜି ଯବାନଙ୍କ ଗୁଳିରେ ଟଳିଲେ ୨ ଜଣ ହାର୍ଡକୋର୍ ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଗୁମା ପଞ୍ଚାୟତର ପେଡମ୍ ଜଙ୍ଗଲରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି ।

ଏସ୍‌ଓଜି ଯବାନଙ୍କ ଏନ୍‌କାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏବେବି ପେଡମ୍ ଜଙ୍ଗଲରେ ଜାରି ରହିଛି ଗୁଳି ବିନିମୟ । ବେଲଘର ଥାନା ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ଏଥିସହ ପଢ଼ନ୍ତୁ: ଭାରତକୁ ନେଇ ଦୁନିଆର ଧାରଣାକୁ ଏମିତି ବଦଳାଇ ଦେଇଥିଲେ ବାଜପେୟୀ

ସୁରକ୍ଷାକର୍ମୀ ଏବଂ ପୋଲିସ ଗୁଇନ୍ଦା ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ସାଧା ପୋଷାକରେ ଏସ୍ଓଜି ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଯାହାର ଦୃଢ଼ ଜବାବ ଦେଇଛନ୍ତି ଏସ୍‌ଓଜି ଯବାନ ।

ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଟଳି ପଡ଼ିଥିବା ୨ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ।

ଦୁଇ ମାଓବାଦୀଙ୍କ ନିକଟରୁ ଗୋଟିଏ ରିଭରବଲ୍, ଗୋଟିଏ ୩୦୩ ରାଇଫଲ୍ ଓ ଗୋଟିଏ ୱାକିଟକି ଜବତ କରିଛନ୍ତି ଏସ୍ଓଜି ଯବାନ । ନିହତ ଉଭୟ ମାଓବାଦୀଙ୍କ ମୁଣ୍ଡରେ ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ୨ ମାଓବାଦୀ ନିହତ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ହେଲା ଚାଲିଛି ବଡ଼ ଅପରେସନ୍; ୧୨ ମାଓବାଦୀ ନିହତ

ଏହା ପୂର୍ବରୁ ଡିସେମ୍ବର ୨ ତାରିଖରେ ବଡ଼ଧରଣର ନକ୍ସଲ ବିରୋଧୀ ଅପରେସନ୍ ହୋଇଥିଲା । ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଟଳିଥିଲେ ୧୨ ଜଣ ମାଓବାଦୀ । ଗୁଳିବିନିମୟରେ ୩ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ।ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହୋଇଥିଲା ଗୁଳି ବିନିମୟ । ଦନ୍ତେୱାଡ଼ା ସୀମାନ୍ତ ଗାଙ୍ଗାଲୁର ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା ।

ଗୁଳି ବିନିମୟରେ ମୋଟ ୧୨ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ DRGର ୩ ଜଣ ଯବାନ ସହିଦ ହୋଇଛନ୍ତି । ୨ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ନିହତ ମାଓବାଦୀଙ୍କ ଠାରୁ SLR ରାଇଫଲ୍, INSAS ରାଇଫଲ୍ ଏବଂ ୩୦୩ ରାଇଫଲ୍ ମିଳିଛି । ବିଜାପୁର DRGର ତିନି ଜଣ ଯବାନ ସହିଦ ହୋଇଛନ୍ତି । ସହିଦମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ୱାଦାଦି, କନଷ୍ଟେବଳ ଡୁକାରୁ ଗୋଣ୍ଡେ ଓ ଯବାନ ରମେଶ ସୋଡି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
2 Hardcore Maoists Killed in SOG Encounter in Kandhamal | Argus News | Argus News