Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁନ ୪ ପରେ ଅନେକ ନେତା ବିଜୁ ଜନତା ଦଳ ଛାଡିବେ : ଅନୁଭବ ମହାନ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ଜୁନ ୪ ପରେ ଅନେକ ନେତା ବିଜୁ ଜନତା ଦଳ ଛାଡିବେ : ଅନୁଭବ ମହାନ୍ତି

ଅର୍ଗସ ବ୍ୟୁରୋ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରି ବଡ ବୟାନ ଦେଲେ ଅନୁଭବ ମହାନ୍ତି । ବିଜେଡି ପାର୍ଟିକୁ ନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି,  ଯେବେଠୁଁ ମୁଁ ବିଜୁ ଜନତା ଦଳ ଵିଧି ବଧ ଭାବରେ ଛାଡ଼ିଲି , ମୋ ଇଚ୍ଛା ଅନୁସାରେ ଉତ୍କଳ ଦିବସ ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି । କାରଣ ମୁଁ ଓଡ଼ିଆ ବୋଲି ଗର୍ବ କରେ ।  ମୁଁ ଇସ୍ତପା ଦେବା ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନି । ଆଜିବି କହିବିନି । ୧୧ ବର୍ଷ ବିଜୁ ଜନତା ଦଳରେ ନିଷ୍ଠାର ସହ କାମ କଲି । ଦଳ ଯେଉଁ କାର୍ଯ୍ୟ ଦେଲେ ସେ କାର୍ଯ୍ୟ ସୁଚାରୁ ରୂପେ ତୁଲେଇ ଥିଲି । ତେଣିକି ଲୋକ ସଭା ହେଉ କି ରାଜ୍ୟ ସଭା ହେଉ , ଓଡ଼ିଶାର ଟେକ କୁ ରଖି ଆସିଛି । ଓଡ଼ିଶାର ମହାପୁରୁଷଙ୍କ ଗର୍ବ ଗାରିମା ବଜାୟ ରଖି ଆସିଛି । ଏବେ ବିଜୁ ଜନତା କହି ଆସୁଛି ଜେ ଆସନ୍ତା 9ତାରିଖ ରେ ଶପଥ ନେବେ। ସେତେବେଳ ର ବିଜୁ ଜନତା ଦଳ ଆଜିର ବିଜୁ ଜନତା ଦଳ ମଧ୍ୟରେ ଆକାଶ ପାତାଳ ଫରକ । ସେତେବେଳେ ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଥିଲେ, କିନ୍ତୁ ଅନ୍ୟ ଜଣେ ଆଜି ନେତୃତ୍ୱ ନେଉଛନ୍ତି । ଯେଉଁ ନେତା ମାନେ ବିଜେଡି ଛାଡିଛନ୍ତି ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲୁ ନାହିଁ । ଫୋନ ରେ ବି କଥା ହେଇ ପାରି ନଥିଲୁ । ଓଡ଼ିସାର ଅସ୍ମିତା ଓ ସ୍ୱଭିମାନ କୁ ମାଟିରେ କେବେ ମିଶାଇବି ନାହିଁ । ଆଉ ଜଣେ ବାହାର ରାଜ୍ୟର ଆସିଥିବା କଳା ପାହାଡ଼ ହାତକୁ ଟେକି ଦେବି ନାହିଁ । କେନ୍ଦ୍ରାପଡ଼ାରେ ଯେତେବେଳେ ସାଂସଦ ଥିଲି, ମୁଁ ଯେତେବେଳେ କେନ୍ଦ୍ରାପଡ଼ା ରେ କାମ କରିବାକୁ ଚାହୁଁଥିଲି, ସେତେବେଳେ ମୋତେ ରୋକା ଯାଇଥିଲା । ମୋ ଫାଇଲକୁ କଲେକ୍ଟର ଅଫିସରେ ପେଣ୍ଡିଙ୍ଗ କରାଯାଉଥିଲା ।

ଅଧିକ ପଢନ୍ତୁ : ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର

କୋଭିଡ ସମୟରେ ମୋତେ ଦଳ ତରଫରୁ ଫୋନ କରି ମନା କରାଯାଇଥିଲା ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ । ଯେତେବେଳେ ହସ୍ପିଟାଲ ଏବଂ ସରକାରୀ ଅଫିସକୁ ସରପ୍ରାଇଜ ଭିଜିଟ କରୁଥିଲି, ସେତେବେଳେ ମୋତେ ଫୋନ କରି ମଧ୍ୟ ବାଧା ଦିଆଗଲା । ସେଇଠି ମୋତେ ଦୁଃଖ ଲାଗିଥିଲା । ମୋର ବାପା ସ୍ୱର୍ଗତ ବାପାଙ୍କୁ ବିଜୁ ଜନତା ଦଳ ତାଙ୍କ ନାଁରେ ମିଛ ଆରୋପ ଲଗାଇଥିଲେ । ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଆଗାମୀ ଦିନରେ ମୋତେ ନ୍ୟାୟ ମିଳିବ। ତାଙ୍କ ଅମର ଆତ୍ମାକୁ ନ୍ୟାୟ ମିଳବ । ଏ ଦଳରେ କୌଣସି ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ନାହିଁ । ଏବେ ଜଣେ ଯିଏ ଅଣ ଓଡ଼ିଆ ଅଫିସର ମଞ୍ଚରେ ଛିଡା ହୋଇ ଲୋକଙ୍କୁ କଣ ଅସୁବିଧା ଅଛି ବୋଲି ପଚାରି ଥିଲେ, ବିଡା ବିଡା କାଗଜ ଆଣିଥିଲେ, ପୁଣି ଗଲେ କହିଲେ ତମର ସମସ୍ୟା ସମାଧାନ ହୋଇଛି ।ଏଠି ପ୍ରଶ୍ନ ତାଙ୍କ ହାତରେ କ୍ଷମତା ଥିଲା ସେ କରି ପାରିଥାନ୍ତେ କିନ୍ତୁ ନକରିକି ପ୍ରହସନ କଲେ ।ମୋର ବିବାହ ବଛେଦକୁ ରାଜନୀତି କରା ଗଲା । ମୋ ବିରୋଧରେ NBW  କରାଗଲା । ମୁଁ ପ୍ରତ୍ୟେକ ସମୟରେ କୋଟରେ ହାଜର ହୋଇଛି । ମୁଁ ଦଳ ଯେତେବେଳେ ଛାଡ଼ିଲି ବିଜୁ ଜନତା ଦଳର କିଛି ନେତା ମୋ ଘର ପର୍ଯ୍ୟନ୍ତ ଗଲେ, ସୁଟିଂ ସେଟ ପର୍ଯ୍ୟନ୍ତ ମଧ୍ୟ ଗଲେ। ମୋ ବାପା ଙ୍କ ମୃତ୍ୟୁ ବେଳେ ମୋତେ କେହି ଫୋନ କଲେ ନାହିଁ। ଏଥର ଓଡ଼ିଶାରେ ପରିବର୍ତ୍ତନର ଯେଉଁ ଅଣ୍ଡର କରେଣ୍ଟ ଚାଲିଛି,ମୋତେ ଯେତେବେଳେ ଷ୍ଟାର କ୍ୟାମ୍ପନର କରାଗଲା ତାକୁ ସହି ପାରିଲେ ନାହିଁ ମୋ ବିରୋଧରେ ଷଡ଼ଯନ୍ତ୍ର କଲେ । ମୋତେ ପ୍ରଚାର କରିବାରେ ରୋକ ଲଗା ଗଲା । ମୁଁ କିନ୍ତୁ ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରିବି । ମୋର ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ଅନୁରୋଧ କଳା ପାହାଡ଼ ହାତରେ ଆମ ରାଜ୍ୟକୁ ଟେକି ଦେବା ନାହିଁ ।  ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୂଲ୍ୟବାନ ରହୁଛି। ଏଥର ଭାରତରେ ଚାର ସୋ ପାର ହେବ,ଓଡ଼ିଶାରେ ପରିବର୍ତ୍ତନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anubhav mohanty gave an explosive statement about BJD party | Argus News