Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Odisha

Marital Discord / ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
Anubhav Mohanty-Varsha Case

Key Points

ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ି ସାରିଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ଅନୁଭବଙ୍କ ଆବେଦନକୁ ନେଇ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।
କଟକ: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶନୀଙ୍କ ଛାଡ଼ପତ୍ର ହୋଇ ସାରିଛି । ଉଭୟଙ୍କ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ି ସାରିଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ।

ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ଉପରେ ସୋମବାର ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିକୋର୍ଟ । ବର୍ଷା ଆଣିଥିବା ନିର୍ଯାତନା ଅଭିଯୋଗ ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲେ । ଯାହା ଉପରେ ସର୍ବୋଚ୍ଚ ଅଦାଲତ, ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି ।

ଏଥିସହ ପଢ଼ନ୍ତୁ: CSIR-ସ୍ମାର୍ଟ ଗାଁ ମିଶନରେ ବାଣ୍ଟିଲେ ୱାଟର ଫିଲଟର୍, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ 

କ'ଣ ଥିଲା ମାମଲା ?

ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ବର୍ଷା ଓ ଅନୁଭବ । ରିଲ୍ ଲାଇଫ୍‌ର ଏହି ଯୋଡ଼ି ୨୦୧୪ରେ ରିଅଲ୍ ଲାଇଫ୍‌ରେ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ । ହେଲେ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶୀ ଦିନ ଠିକ୍ ଚାଲି ନଥିଲା । ଯାହାକୁ ନେଇ କୋର୍ଟରେ ଛାଡ଼ପତ୍ରରୁ ନେଇ ଘରୋଇ ହିଂସା ଭଳି ମାମଲା ହୋଥିଲା ।

ଅନୁଭବ ନିର୍ଯାତନା ଦେଉଥିବା ପୂର୍ବରୁ କୋର୍ଟରେ ଅଭିଯୋଗ କରିଥିଲେ ପତ୍ନୀ ବର୍ଷା । ମାମଲାରେ କୋର୍ଟ ବର୍ଷାଙ୍କୁ କଟକ ସ୍ଥିତ ଘରର ଉପର ମହଲାରେ ରହିବାକୁ ଅନୁମତି ଦେଇଥିଲେ । ଏଥିସହ ବର୍ଷାଙ୍କୁ ଯୋଗାଇ ଦେଇଥିଲେ ପୋଲିସ ସୁରକ୍ଷା ।

୨୦୨୦ ଡିସେମ୍ବରରେ ବର୍ଷା ଅଭିଯୋଗ ଆଣିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ଵେ ଅନୁଭବ ଓ ତାଙ୍କର ୨ ଜଣ ସହଯୋଗୀ ତାଙ୍କୁ ପ୍ରଥମ ମହଲାକୁ ଯିବାରେ ବାଧା ସୃଷ୍ଟି କରୁଛନ୍ତି । ଏପରିକି ପ୍ରଥମ ମହଲା ଘରକନ ତାଲା ପକାଇଥିବା ବର୍ଷା ଏତଲା ଦେଇଥିଲେ । ଫଳରେ ବର୍ଷା ପୋଲିସ ଆସିବା ପର୍ଯ୍ୟନ୍ତ ବିଳମ୍ବିତ ରାତି ଯାଏ ବାହାରେ ବାଧ୍ୟ ହୋଇ ଛିଡ଼ା ହୋଇ ରହିଥିବା ଅଭିଯୋଗ ହୋଇଥିଲା ।

ଅନୁଭବ ଏଭଳି ଜାଣିଶୁଣି ଅପମାନିତ କରିଥିବା ବର୍ଷା ଅଭିଯୋଗ କରିଥିଲେ । ଏନେଇ ପୋଲିସ ଅନୁଭବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ନିଷ୍ଠୁରତା, ଅପରାଧିକ ଧମକ, ଅଶ୍ଳୀଳତା ଏବଂ ଭଦ୍ର ମହିଳାଙ୍କ ଅପମାନ ଭଳି ଧାରା ଲଗାଇଥିଲା ପୋଲିସ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ

ମାମଲାରେ ଟ୍ରାଏଲ୍ କୋର୍ଟ ଅନୁଭବଙ୍କ ଆବେଦନ ଖାରଜ କରିଥିଲେ । ଯାହାକୁ ନେଇ ୨୦୨୬ ଜାନୁଆରୀରେ ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି । ବର୍ଷା ଆଣିଥିବା ନିର୍ଯାତନା ମାମଲା ବନ୍ଦ କରିବାକୁ ନିବେଦନ କରିଥିଲେ । ଯାହାକୁ ନେଇ ଜଷ୍ଟିସ୍ ବିପି ରାଉତରାୟ କହିଥିଲେ, ଘଟଣାସ୍ଥଳରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ତେଣୁ ପୋଲିସ ବୟାନ ଉପରେ ନିର୍ଭର କରୁଛି ।

ଏଥିସହ ପଢ଼ନ୍ତୁ: ସରିଲା ଖରା ଛୁଟି; ଖୁବଶୀଘ୍ର ଖୋଲିବ ସ୍କୁଲ 

ସୁପ୍ରିମକୋର୍ଟଙ୍କ ନୋଟିସ୍

ଯାହାପରେ ଅନୁଭବ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ । ଏବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟର ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଜବାବ ମାଗିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored