CSIR Initiative / CSIR-ସ୍ମାର୍ଟ ଗାଁ ମିଶନରେ ବାଣ୍ଟିଲେ ୱାଟର ଫିଲଟର୍, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ
·3 months ago·2 min read

Key Points
CSIR-ସ୍ମାର୍ଟ ଗାଁ ମିଶନ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲା କୁସୁନପୁର ଗାଁରେ ଟେରାଫିଲ୍ ୱାଟର୍ ଫିଲଟର୍ ବଣ୍ଟନ କରାଯାଇଛି । ଏଥିସହ ଗାଁରେ ଆୟୋଜିତ ହୋଇଛି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।
କେନ୍ଦ୍ରାପଡ଼ା: ସ୍ଵଚ୍ଛ ପାଣି ପିଇବେ ଗ୍ରାମବାସୀ । ଦକ୍ଷତା ବିକାଶ ପାଇଁ ଶିଖିଲେ ନୂଆ କୌଶଳ । CSIR-ସ୍ମାର୍ଟ ଗାଁ ମିଶନ ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲା କୁସୁନପୁର ଗାଁରେ ଟେରାଫିଲ୍ ୱାଟର୍ ଫିଲଟର୍ ବଣ୍ଟନ କରାଯାଇଛି । ଏଥିସହ ଗାଁରେ ଆୟୋଜିତ ହୋଇଛି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।
CSIR-IMMT ଭୁବନେଶ୍ଵର, CSIR-CBRI ରୁର୍କୀ ସହଭାଗିତାରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଛି । ଏହାର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ସୁଦ୍ଧ ସ୍ଵଚ୍ଛ ପାନୀୟ ଜଳ ପହଞ୍ଚାଇବା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକା ନିର୍ବାହକୁ ଉନ୍ନତ କରିବା । ଏହି ଅବସରରେ ଗାଁରେ ବୃକ୍ଷରୋପଣ ମଧ୍ୟ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆୟୋଜିତ କାର୍ଯ୍ୟକ୍ରମରେ CSIR-IMMTର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ କହିଛନ୍ତି, "ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରି ଗ୍ରାମବାସୀଙ୍କ ଜୀବନ ଉନ୍ନତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଟେରାଫିଲ୍ ଫିଲଟର୍ ଦ୍ଵାରା ଲୋକେ ସ୍ଵଚ୍ଛ ପାଣି ପାରିବେ । ଦକ୍ଷତା ବିକାଶ ମାଧ୍ୟମରେ ମାଟିର ବିଶ୍ଲେଷଣ ଦ୍ଵାରା ଚାଷ କାର୍ଯ୍ୟ ଉନ୍ନତ ହେବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

CSIR-CBRI ରୁର୍କୀର ନିର୍ଦ୍ଦେଶକ ପ୍ରଦୀପ କୁମାର ରମଣଚର୍ଲା କୁସୁନପୁରକୁ ଏକ ମଡେଲ୍ ସ୍ମାର୍ଟ ଗାଁ ଭାବେ ଗଢ଼ି ତୋଳିବାକୁ ଗୁରୁତ୍ଵ ଦେଇଛନ୍ତି । କହିଛନ୍ତି, "ବିଜ୍ଞାନ ଭିତ୍ତିକ ପରାମର୍ଶରେ ଗାଁର ଜୀବନ ଜୀବିକା ଉନ୍ନତ କରିବା ସହ ଭିତ୍ତିଭୂମି ବିକଶିତ ହେବ ।"

ଏହି ଅବସରରେ ଡ. ସନ୍ତୋଷ ବେହେରା ଏବଂ ପ୍ରଭାସ ଚନ୍ଦ୍ର ବେଉରିଆ ଟେରାଫିଲ୍ ୱାଟର୍ ଫିଲଟରର ଉପଦେୟତା, କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ ନେଇ ଲୋକଙ୍କୁ ବୁଝାଇଥିଲେ । ଡି.ବି ସିଂହ ଲୋକଙ୍କ ଆଗରେ ଟେରାଫିଲ୍ ୱାଟର୍ ଫିଲଟର୍ର କିଭଳି କାମ କରେ ବିସ୍ତୃତ ଭାବେ ଦେଖାଇ ଥିଲେ । ବୁଝାଇଥିଲେ ସ୍ଵଚ୍ଛ ଓ ଶୁଦ୍ଧ ପାଣି କିଭଳି ଶରୀରକୁ ସୁସ୍ଥ ରଖିବ ।
ଏଥିସହ ପଢ଼ନ୍ତୁ: ସରିଲା ଖରା ଛୁଟି; ଖୁବଶୀଘ୍ର ଖୋଲିବ ସ୍କୁଲ
ନେଚର କ୍ଲବର ବିରଜାପ୍ରସାଦ ପତି ଗ୍ରାମବାସୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ଵାରା ଜୀବନ ଜୀବିକା ଯାପନର କୌଶଳ ବାବଦରେ କହିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଡ. ମନୀଷ କୁମାର କରିଥିବା ବେଳେ ସହଯୋଗ କରିଥିଲେ ଭୂବନ ସାହ ଓ ଜୀବନ ଆଚାର୍ଯ୍ୟ । କାର୍ଯ୍ୟକ୍ରମ ଶେଷରେ ଡ. କିଶୋର ଏସ୍ କୁଲକର୍ଣ୍ଣି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଉତ୍ସାହର ଯୋଗ ଦେଇଥିଲେ । ଯେଉଁଥିରେ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ପଞ୍ଚାୟତ ସଦସ୍ୟ ସୁସ୍ମିତା ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ ।
Related Topics
Explore more stories