Videos
|
Odisha

କୋଟିଆରେ ପୁଣି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଦେଲା ପୋଲିଓ ବୁନ୍ଦା

Smruti Parija
Browse all articles by Smruti Parija
·2 years ago·1 min read
କୋଟିଆରେ ପୁଣି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଦେଲା ପୋଲିଓ ବୁନ୍ଦା

ଅର୍ଗସ ବ୍ୟୁରୋ:  ଓଡିଶାକୁ ପୋଲିଓ ଦେଉଛି ଆନ୍ଧ୍ର । କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍ କୋଟିଆରେ ପହଂଚି ଦେଲା ପୋଲିଓ ବୁନ୍ଦା । କୋଟିଆର ବିଭିନ୍ନ ଅଞ୍ଚଳ ତଥା ଉପର ସେମ୍ବି, ତଳ ସେମ୍ବି ଧୂଳିପୋଦର ପ୍ରଭୁତି ଅଞ୍ଚଳରେ ପ୍ରବେଶ କରିବା ସହିତ ପୋଲିଓ ବୁନ୍ଦା ପ୍ରଦାନ କରିଛି ଆନ୍ଧ୍ର ।

ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଥା ଆନ୍ଧ୍ରର ଗଞ୍ଜେଇ ପଦର୍ ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ନିମନ୍ତେ ଉପର ସେମ୍ବି ଗ୍ରାମର ଆନ୍ଧ୍ର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ସେଠାରେ ତୋନମ୍ ସିଏଚସି ଅନ୍ତର୍ଗତ ଡିଏମ୍ ଏଚ ଓ ଅଧିକାରୀ ସିବାକୁମାରଙ୍କ ନେତୃତ୍ୱରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଥିବା ନେଇ ଜଣାପଡ଼ିଛି । 

ଆନ୍ଧ୍ର ସରକାର କୋଟିଆ ଉପରେ ନଜର ପକାଇବା ନୂଆ ଘଟଣା ନୁହେଁ । କୋଟିଆରେ ଆନ୍ଧ୍ରର ଫଳକ, ସ୍ୱାସ୍ଥ୍ୟ ଶିବିର, ସ୍କୁଲକୁ ନେଇ ବାରମ୍ବାର ଖବର ସାମନାକୁ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାପ୍ରତି କେଉଁଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ନେଇ ନାନା ପ୍ରଶ୍ନ ଉଠୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ap-goverment-has-launched-the-pulse-polio-campaign-in-kotia | Argus News