Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା 

Manini Pattanayak
Browse all articles by Manini Pattanayak
·2 years ago·1 min read
୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା 

ଭୁବନେଶ୍ୱର: ୫ ବର୍ଷର ରିପୋର୍ଟ୍ କାର୍ଡ ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୫ ବର୍ଷରେ ୫୦ଟି ମୁଖ୍ୟ କାମର ତାଲିକା ଦେଇଛନ୍ତି ଅପରାଜିତା। ସମୁଦାୟ ୧୪ ହଜାର ୩୧୭ ଅଭିଯୋଗରୁ ୧୨ ହଜାର ୫୯୮ ଅଭିଯୋଗର ସାମଧାନ କରିଛନ୍ତି ସାଂସଦ। ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି। ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥ ରେ ୬୪୧୦ କୋଟି, ପାଇପ ଯୋଗେ ପାନେୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ରେ ସରିବ ହଂସପାଳ ଓଭରବ୍ରିଜ କାମ। ୭୨୩୦ ଟି ସୋଲାର ଲାଇଟ ଲାଗିଛି। ୪୬୧ ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି।

୫୦୮ କୋଟି ବ୍ୟୟରେ ୧୦ଟି ଫ୍ଲାଏ ଓଭର ଓ ୪ଟି  ଫୁଟ ଓଭାରବ୍ରିଜ ହୋଇଛି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଜରିଆରେ ୧୩୭ ଜଣ ରୋଗୀଙ୍କୁ ୩ କୋଟି ୩୨ ଲକ୍ଷ ପ୍ରଦାନ କରିଛି। ସେହିପରି ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ। ଭୁବନେଶ୍ୱର ମନ୍ଦିର ଓ ପ୍ରାକୃତିକ ଐତିହ ସୁରକ୍ଷା ପାଇଁ ୧୦ କୋଟିର ଅନୁଦାନ। ସେହିପରି କପିଳେଶ୍ୱର ମହାଦେବ ମନ୍ଦିରକୁ ଏଏସ ଆଇ ସୂଚୀରେ ଆଣିବା। ବାଲିଅନ୍ତା । ବାଲିପାଟଣା ଅଞ୍ଚଳରେ ବେଆଇନ ବାଲି । ଭରସା ନାମକ ଏକ ସ୍ବତନ୍ତ୍ର ପାଣ୍ଠି ଦ୍ଵାରା ୯୭୨ ଜଣଙ୍କୁ ୩୪ ଲକ୍ଷ ୪୦ ହଜାରର ସହାୟତା। ସେହିପରି ସଂସଦରେ ୩୪ଟି ବିତର୍କ ରେ ସକ୍ରିୟ ଭାବେ ଭାଗା ନେଇଛି। ୧୧୨ ୱାର୍ଡ, ୧୫୬ ଗ୍ରାମ ପଞ୍ଚାୟତ ଏବଂ ୧୦୦୧ ଗାଁରେ ବୁଲି ପଦଯାତ୍ରା ଓ ସାଧାରଣ ସଭା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aparajita has given a list of 50 main tasks in 5 years | Argus News