Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଆପାର୍ଟମେଣ୍ଟ

Odisha

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଆପାର୍ଟମେଣ୍ଟ

Ritu Das
Browse all articles by Ritu Das
·2 years ago
ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଆପାର୍ଟମେଣ୍ଟ

ଅର୍ଗସ ବ୍ୟୁରୋ: ପୁଣି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ। ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ୫ଟି ଫ୍ଲାଟରୁ ଲୁଟି ନେଲେ ଅଧକୋଟି ଟଙ୍କା। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ଗଡ଼ଶ୍ରୀରାମପୁରରେ ଥିବା ‘ବର୍ଷା ରିଭେରା’ ଆପାର୍ଟମେଣ୍ଟରୁ ହୋଇଛି ସିରିଜ୍ ଲୁଟ୍ । ଲୁଟେରାମାନେ ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । 

ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସିସି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ମୁହଁରେ ମାସ୍କ ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି । ବାରମ୍ବାର ଲୁଟ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଲୁଟେରାଙ୍କୁ କାବୁ କରିବାରେ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Apartments in the | Argus News