Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି : ମନମୋହନ ସାମଲ  

Odisha

ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି : ମନମୋହନ ସାମଲ  

Manini Pattanayak
Browse all articles by Manini Pattanayak
·1 year ago·1 min read
ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି : ମନମୋହନ ସାମଲ  

 ଭୁବନେଶ୍ୱର:   ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି । ଯୋଗ୍ୟ ତଥା ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଗୁରୁତ୍ଵ । ଆଜି ଏମିତି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏବେ ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି । ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ । ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ । ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ପଲିସି ପ୍ଲାନିଂ ହେବ, ତାହା ଅନୁଯାୟୀ ପଦକ୍ଷେପ ନିଆଯିବ ।  

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Appointment to be made after completion of membership drive: Manmohan Samal | Argus News