|
logo
Live

Argus News - ୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ: ଅରବିନ୍ଦ ଓ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

Odisha

୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ: ଅରବିନ୍ଦ ଓ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

Ritu Das
Browse all articles by Ritu Das
·1 year ago·1 min read
୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ: ଅରବିନ୍ଦ ଓ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ଅର୍ଗସ ବ୍ୟୁରୋ: ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସମ୍ବିଧାନର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । 

ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ଖିନଥିଲେ ଦୁଇ ବିଧାୟକ । ଏହାପରେ ବାଚସ୍ପତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି । ଏପରିକି ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ଆସନରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଅନ୍ୟପଟେ ପ୍ରେମାନନ୍ଦ ମଧ୍ୟ ଟିକେଟ୍ ପାଇବା ପାଇଁ ରେସରେ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ: ଅରବିନ୍ଦ ଓ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ | Argus News