Videos
|
Odisha

ବିଜେଡି ସରକାରରେ ଚାଲିଥିଲା ଅଫିସରଙ୍କ ମନମାନି

Ritu Das
Browse all articles by Ritu Das
·2 years ago·2 min read
ବିଜେଡି ସରକାରରେ ଚାଲିଥିଲା ଅଫିସରଙ୍କ ମନମାନି

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଫିସର ଅଧିକାରୀ ବୁଲି ବୁଲି ନିଜ ପକେଟରୁ ଦେଲା ଭଳି ବାଣ୍ଟୁଥିଲେ ଟଙ୍କା । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବଣ୍ଟାଯାଉଥିଲା । କିନ୍ତୁ କିଛି ଜାଣୁନଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀ । ତିନି ଚାରି ଜଣ ସଚିବ ନେଉଥିଲେ ସବୁ ନିଷ୍ପତ୍ତି । ଏହାର ତଦନ୍ତ ହେବାର ଆବଶ୍ୟକ ରହିଛି । ନିଶ୍ଚିତ ଭାବେ ବିଜେପି ସରକାର ଏ ସବୁର ତଦନ୍ତ କରିବେ । 

ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଏଭଳି ଚରମବାଣୀ ଶୁଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ମିଶନ ଶକ୍ତି କଲ୍ ସେଣ୍ଟରରୁ ବିଜେଡିକୁ ଭୋଟ୍ ଦେବା ପାଇଁ ଯେଉଁ କଲ ଯାଉଥିଲା, ତାର ତଦନ୍ତ ହେବ। ମିଶନ ଶକ୍ତି ମହିଳାଙ୍କୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ରଙ୍ଗର ଶାଢ଼ୀକୁ ପିନ୍ଧିବାକୁ କୁହାଯାଉଥିଲା, ତାର ତଦନ୍ତ ହେବ। ନିମ୍ନମାନର ଛତୁଆ ଯୋଗାଣ ନେଇ ବି ତଦନ୍ତ କରିବ ଟାସ୍କ ଫୋର୍ସ । ପୂର୍ବତନ 5T ସଚିବ ପର୍ଯ୍ୟଟନ ବିଭାଗର ଟଙ୍କା ବିନା କାଗଜପତ୍ରରେ ମନଇଚ୍ଛା ବାଣ୍ଟିଥିଲେ । ମଙ୍ଗଳା ମନ୍ଦିରର କାମ OBCC କରୁଛି । OBCC କହୁଛି ପର୍ଯ୍ୟଟନ ବିଭାଗର କାମ । କିନ୍ତୁ ପର୍ଯ୍ୟଟନ ବିଭାଗର କାଗଜପତ୍ରରେ ଏ ନେଇ କୌଣସି ଉଲ୍ଲେଖ ନାହିଁ । ଏ ସବୁର ତଦନ୍ତ ପାଇଁ ଟାସ୍କଫୋର୍ସ ବସିବ।

ସେପଟେ ଉପମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି । ସରକାରଙ୍କ ପାଖରେ କ୍ଷମତା ଅଛି । ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ ବୋଲି କହିଛି ବିରୋଧୀ ଦଳ । ଅନ୍ୟପଟେ ସରକାରଙ୍କ ଟାସ୍କଫୋର୍ସ ତଦନ୍ତ ନିଷ୍ପତିକୁ ସ୍ଵାଗତ କରୁଛି କଂଗ୍ରେସ ।

ଉପମୁଖ୍ୟମନ୍ତ୍ରୀଙ୍କର ଏ ବୟାନ ପରେ ଜୋର ଧରିଛି ଚର୍ଚ୍ଚା। ମିଶନ ଶକ୍ତି ମହିଳାଙ୍କୁ ସବୁଜ ଶାଢ଼ୀ ପିନ୍ଧିବାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ମିଶନ ଶକ୍ତି କଲ୍ ସେଣ୍ଟରରୁ କିଏ ଶଙ୍ଖ ଚିହ୍ନରେ ଭୋଟ୍ ମାଗିବାକୁ କହିଥିଲେ ? ଅଙ୍ଗନବାଡି ଛତୁଆ ଦୁର୍ନୀତି ପଛରେ କିଏ ସେ ବଡ଼ ମାଛ ? ପାଣ୍ଡିଆନ ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଣ୍ଟିବାର ହେବ ଟ୍ୟାକ୍ସ ଫୋର୍ସ ତଦନ୍ତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

 

Arbitrariness | Argus News