ବଢ଼ିଲା ଅର୍ଚ୍ଚନା ନାଗଙ୍କ ଅଡ଼ୁଆ, ଘର ସିଲ୍ କଲା ED
·10 months ago·1 min read

Key Points
ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ଆଜି ଘର ଆଟାଚ୍ କଲା ‘ଇଡି’। ପୂର୍ବରୁ ଘର ଛାଡ଼ିବାକୁ ନୋଟିସ୍ କରିଥିଲା ED।
ବଢ଼ିଲା ଅର୍ଚ୍ଚନା ନାଗଙ୍କ ଅଡୁଆ । ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାରରେ ଥିବା ଘରେ EDର ଚଢ଼ାଉ । ଇଡିର ସ୍ବତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଘରେ ଥିବା ଜିନିଷପତ୍ର ଯାଞ୍ଚ କରିଥିଲା । ଇଡି ଏହି ଚଢ଼ଉ ବେଳେ ଅର୍ଚ୍ଚନା ନାଗଙ୍କ ଘରକୁ ଆଟାଚ୍ କରିଛି । ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ G+୨ କୋଠାକୁ ଆଟାଚ୍ କରିଛି । ମନି ଲଣ୍ଡରିଂ ଆଇନ ୨୦୦୨ ଆଧାରରେ ଏହି ପଦକ୍ଷେପ ନେଇଛି ।
ତେବେ ଘର ଛାଡ଼ିବା ପାଇଁ ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ନୋଟିସ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିନ୍ତୁ ଅର୍ଚ୍ଚନା ନାଗ ଘର ନ ଛାଡ଼ିବାରୁ ଆଜି ତାଙ୍କ ଘର ସିଲ୍ କରିଛି । ସୂଚନା ଅନୁସାରେ, ୨୦୨୨ ମସିହା ନଭେମ୍ବର ମାସରେ ଅର୍ଚ୍ଚନା ନାଗଙ୍କ ଆଲିସାନ ଘରେ ରେଡ୍ କରିଥିଲା ଇଡି । ଏହା ପରେ ୨୦୨୩ ମସିହା ଜାନୁଆରୀରେ ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ୍ କରିବା ସହ ଦାମୀ ଗାଡ଼ିକୁ ଜବତ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: