Tourism Conclave / ଅର୍ଗସ ନ୍ୟୁଜ୍ ର ମେଗା ଟୁରିଜିମ୍ କନକ୍ଲେଭ୍,ଓଡ଼ିଶାର ବ୍ୟଞ୍ଜନର ପ୍ରଚାର ପ୍ରସାର କରିବାକୁ ଆହ୍ବାନ
·3 months ago·4 min read

Key Points
ଅର୍ଗସ' ମେଗା ଟୁରିଜିମ୍ କନକ୍ଲେଭ୍
ଚଲୋ ଦେଖେଁ ଆପ୍ନା ଦେଶ ସିଜନ୍- ୫
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଓଡ଼ିଶାର ବ୍ୟଞ୍ଜନର ପ୍ରଚାର ଓ ପ୍ରସାର କରିବାକୁ ଆହ୍ବାନ ଦେଲେ
ଓଡ଼ିଶାରେ ପୂର୍ବରୁ ପର୍ଯ୍ୟଟନ ପଲିସି ଏତେ ଭଲ ନଥିଲା
ବିଜେପି ସରକାର ଆସିବା ପରେ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ

ଭୁବନେଶ୍ବର ୨୭/୩: ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ଚଲୋ ଦେଖେଁ ଅପନା ଦେଶ ଦ ଟୁରିଜିମ କନକ୍ଲେଭର ପଞ୍ଚମ ସଂସ୍କରଣ। ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ଓଡ଼ିଶାରେ ଧାର୍ମିକ ପର୍ଯ୍ୟଟନ ଗୋଟିଏ ବଡ଼ ଫ୍ୟାକ୍ଟର । କିନ୍ତୁ ମନ୍ଦିର ଦର୍ଶନ ପରେ ପର୍ଯ୍ୟଟକ କରିବେ କଣ । ଯଦି ଦୁଇ ତିନି ଦିନର ପ୍ୟାକେଜ ନ କରିବା ତାହେଲେ ସେମାନେ ବାନ୍ଧି ହୋଇରହିବେ ନାହିଁ । ଅନେକ ପର୍ଯ୍ୟଟନ ପୁରୀରେ ଠାକୁର ଦର୍ଶନ ପରେ ଭୁବନେଶ୍ୱରରେ ଆସି ରହିଲେ । ଏଥିରେ ପୁରୀ ହୋଟେଲ ମାଲିକଙ୍କ କଣ ଲାଭ ହେଲା । ସାରା ଦେଶରେ ଜଙ୍ଗଲ କମୁଥିବା ବେଳେ ଓଡ଼ିଶାରେ ବଢୁଛି । ଓଡ଼ିଶାରେ ସମୁଦ୍ର ତଟ ମଧ୍ୟ ବୃଦ୍ଧି ପାଇଛି । ଓଡ଼ିଶାରେ ବିଶେଷତା କଣ । ଜଣେ ବାହାରୁ ପର୍ଯ୍ୟଟକ ଆସିଲେ କଣ ଦେଖିବ । ଆମ ପାଖରେ ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ଆମେ ଅଛନ୍ତି । ମହାପ୍ରଭୁ ଓଡ଼ିଶାକୁ ଖାଇବା ଓ ବିଶ୍ରାମ ନେବା ପାଇଁ ଆସନ୍ତି । ତେଣୁ ଆମେ ଆମ ଖାଦ୍ୟକୁ ଅଧିକ ପ୍ରଚାର ପ୍ରସାର କରିବା ଦରକାର । ଆମ ପାଖରେ ଜଙ୍ଗଲ, ଜୈବ ବିବିଧତା ଅଛି । ଭିତରକନିକା, ଶିମିଳିପାଳ ଭଳି ପର୍ଯ୍ୟଟନ କ୍ଷେତ୍ର ଅଛି । ଗୋଟିଏ ବ୍ଲକ ଓ ଜିଲ୍ଲାରେ ବି ନୂଆ ପର୍ଯ୍ୟଟନ କ୍ଷେତ୍ର ଖୋଲା ଯାଇପାରିବ । ସେଥିପାଇଁ ଓଡ଼ିଶାକୁ best kept secret କୁହାଯାଉଛି । 2024 ପୂର୍ବରୁ ଓଡ଼ିଶାରେ ପର୍ଯ୍ୟଟନ ନୀତି ଭଲ ନଥିଲା । ଆମେ ସରକାରକୁ ଆସିବା ପରେ ନୂଆ ନୀତି ଆଣିଲୁ । ହୋଟେଲ ମାନଙ୍କୁ ଏବେ ପ୍ରୋତ୍ସାହନ ଦିଆଯାଉଛି । ହୋମ୍ ଷ୍ଟେ ପାଇଁ ମଧ୍ୟ ପଲିସି ଅଣା ଯାଇଛି । ଫଟୋଗ୍ରାଫି, reels, solo ଟ୍ରାଭେଲିଂ ପାଇଁ ଲୋକଙ୍କୁ ସୁଯୋଗ ଦେବାକୁ ପଡ଼ିବ । Tour operator ମାନେ କେବଳ ପୁରୀ କୋଣାର୍କରେ ପର୍ଯ୍ୟଟକଙ୍କ ପ୍ଲାନକୁ ସୀମିତ କରିଦେଇଛନ୍ତି ।
କାରାଭାନ ଟୁରିଜିମ ଏଡଭେଞ୍ଚର ଟୁରିଜିମ୍, ହୋଟ ଏୟାର ବେଲୁନ, ଓ୍ବାଟର ସ୍ପୋର୍ଟ୍ସ ପାଇଁ ଅଗ୍ନିଶମ ବିଭାଗ ସହ ଏମଓୟୁ ହୋଇଛି । Gen z ମାନଙ୍କ ପାଇଁ ଓଡ଼ିଶାରେ ସେହି ଅନୁସାରେ ପର୍ଯଟନ କ୍ଷେତ୍ର ବିକଶିତ କରାଯିବ । ଲକ୍ଷ୍ମୀ ପୁରାଣ କରିଡର୍ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ମହିଳା ସଶକ୍ତିକରଣର ନିଦର୍ଶନ ଦେଖା ଯିବ । ଅଷ୍ଟ ଶମ୍ଭୁ କରିଡର୍ କରାଯାଇଛି। ତାର interpetation center ଲୋକ ବୁଲି ପରିବାର ଉପରେ ଅନେକ କିଛି ଶିଖିବାକୁ ପାଇବେ। ଶିବଙ୍କ ପରିବାର ଭଳି ଯୌଥ ପରିବାର ହେବା ଦରକାର ବୁଲି ବୁଝିବେ । ଏବେ 1174 କେଜି ପଖାଳ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କଲୁ । ଶାମୁକା ପ୍ରକଳ୍ପ 1500 ଏକର ଜାଗାରେ ବିଶ୍ୱ ସ୍ତରୀୟ ପର୍ଯଟନ ଭିତ୍ତିଭୂମି କରିବା ପାଇଁ ପୁରୀକୁ ବାଛିଛନ୍ତି ।
ପୁରୀ ଭଳି ଜାଗାରେ ଲୋକଙ୍କ ପାଖରେ ବିଭିନ୍ନ ସୁଯୋଗ ତିଆରି କରିବାକୁ ପଡ଼ିବ । ସେଥିରେ କେବଳ ସରକାର ହିଁ କଲେ ହେବ ନାହିଁ । ଯଦି ବ୍ୟବସାୟୀ ମାନେ ଆଗକୁ ଆସିବେ ସରକାର ସବସିଡି ଓ ପ୍ରୋତ୍ସାହନ ଯୋଗାଇଦେବେ ।
ଆଗରୁ ଧାରଣା ଥିଲା, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ପରିଷ୍କାର ନୁଏହ । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଖର୍ଚ୍ଚ କରି ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯାଉଛି । ଆମ ପିଲାଙ୍କ ରୁଚି ଓଡ଼ିଶାରେ ନକରି ବିଦେଶରେ କରୁଛନ୍ତି । ଓଡ଼ିଶାରେ ମାନବ ସମ୍ବଳରେ ସବୁଠାରୁ ଅଧିକ । କିନ୍ତୁ ଓଡ଼ିଆ ପିଲା ମାନେ ଓଡ଼ିଶାରେ କାମ କରିବାକୁ ଚାହୁଁ ନାହାନ୍ତି । AI ଆସିଲେ ବି ପର୍ଯ୍ୟଟନ କ୍ଷେତ୍ରରେ ମାନବ ସମ୍ବଳ କମିବ ନାହିଁ । ଅର୍ଗସକୁ ଅନୁରୋଧ, ପର୍ଯ୍ୟଟନ ବିଭାଗ। ଓଡ଼ିଶାକୁ ସୋ କେସିଂ କରିବାରେ ପ୍ରୟାସ ଜାରି ରଖିଛି । ଅନେକ ସମୟରେ insta ରେ upload କରିଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଟ୍ରକିଂ କରୁଛି।
ପଢ଼ନ୍ତୁ ଏହି ଖବର:ମନ୍ଦିର କମିଟି ବୈଠକରେ ବଡ଼ ନିଷ୍ପତ୍ତି; ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିଲା ରୋକ
ଆମେ ମାର୍କେଟିଙ୍ଗ ଷ୍ଟାଇଲ ବଦଳାଇବା ପାଇଁ ଯୋଜନା ରଖିଛୁ । ଆଜିକାଲି ପର୍ଯ୍ୟଟକ ମାନଙ୍କ ପାଖରେ ଖର୍ଚ୍ଚ କରିବାର କ୍ଷମତା ବଢ଼ିଛି । ସେହି ଅନୁସାରେ ଆମକୁ tour pkg ପ୍ରସ୍ତୁତ କରିବାକୁ ପଡ଼ିବ । ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ଦରକାର । ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଖାଳ ଖୁଆଇବା ଦରକାର । ଓଡ଼ିଶା ଲୋକ ବିଭିନ୍ନ ଭାଷାଭାଷୀ ଲୋକ ଅଛନ୍ତି । Tripl p ମୋଡ କରିବାକୁ ପଡ଼ିବ । ଯୁବପିଢି ମାନେ ନିଜର ବ୍ୟବସାୟ cruise କରିବାକୁ ପଡ଼ିବ । ସରକାର ସବସିଡି ଦେବେ, ପ୍ରୋତ୍ସାହନ ଦେବେ । କେବଳ ସରକାର ଉପରେ ନିର୍ଭର ରହିଲେ ହେବ ନାହିଁ । ନୂଆପିଢୀକୁ ଆଗକୁ ଆସିବା ପାଇଁ ପଡିବ । ଅର୍ଗସ୍ ନ୍ୟୁଜ୍ ଆଜି ଏତିକିରେ ବନ୍ଦ ନହୋଇ । ଆଗକୁ ପର୍ଯ୍ୟଟନର ପଞ୍ଚାୟତ କରିବାର ସମୟ ଆସିଛି । ସରକାର କଣ ପ୍ରୋତ୍ସାହନ ଦେଉଛନ୍ତି, ତାକୁ ପ୍ରଚାର ପ୍ରସାର କରିବାକୁ ପଡ଼ିବ । 2036 ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ 3 ନମ୍ବର ହେବ। କୁନ୍ଦୁଲିକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।
ଓଡ଼ିଶା ଟୁରିଜିମର ବିକାଶ ଏହି କନକ୍ଲେଭ ଅୟୋଜନର ମୁଖ୍ୟଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସହ ପର୍ଯଟନ ବିଭାଗ, ଓଡ଼ିଶାର ନାଗରିକ ମାନଙ୍କୁ ଏକାଠି କରି ସମସ୍ତ ପର୍ଯଟନ ବିକାଶ ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜିତ ହେଉଛି । ସମ୍ମାନିତ ଅତିଥି ଭାବରେ ଏକାମ୍ର ବିଧାୟକ ବାବୁ ସିଂ, ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ସହ ଅର୍ଗସର ସିଇଓ ପ୍ରକାଶ ସାହୁ ଓ କାର୍ଯ୍ୟକାରୀ ସମ୍ପାଦକ ଦୁର୍ଗାଶିଷ ପ୍ରମୁଖ ଏହି କାର୍ଯକ୍ରମରେ ସାମିଲ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories