Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ଦିର କମିଟି ବୈଠକରେ ବଡ଼ ନିଷ୍ପତ୍ତି; ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିଲା ରୋକ

National

BKTC Meeting March / ମନ୍ଦିର କମିଟି ବୈଠକରେ ବଡ଼ ନିଷ୍ପତ୍ତି; ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିଲା ରୋକ

Subhramjit Ray
Browse all articles by Subhramjit Ray
·1 month ago·3 min read
ମନ୍ଦିର କମିଟି ବୈଠକରେ ବଡ଼ ନିଷ୍ପତ୍ତି; ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିଲା ରୋକ
Chardham Yatra 2026

Key Points

ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ଆୟୋଜିତ ହୋଇଥିବା ମନ୍ଦିର କମିଟି ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Non-Hindu Entry Ban: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବଜେଟ୍ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି। ଏହି ବୈଠକରେ ନିଆ ଯାଇଥିୂବା ନିଷ୍ପତ୍ତି ଅନୁସାରେ ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଏବଂ ବଦ୍ରିନାଥ ଠାରେ ଏବେ ଅଣ- ହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିବ ରୋକ। ବୈଠକରେ କମିଟି ଅଧିନରେ ରହିଥିବା ୪୬ ମନ୍ଦିର ପାଇଁ ଆଗତ ହୋଇଛି ବଜେଟ୍। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୨୧ କୋଟିରୁ ଅଧିକ ଟଙ୍କାର ଆନୁମାନିକ ବଜେଟ୍ ମଞ୍ଜୁର କରାଯାଇଛି। ଚାରିଧାମ ଯାତ୍ରା ଅପ୍ରେଲ୍ ୧୯ ତାରିଖରୁ ଆରମ୍ଭ ହେଉଛି। ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ମନ୍ଦିରର ଦ୍ୱାର ଅକ୍ଷୟ ତୃତୀୟା ( ୧୯ ଅପ୍ରେଲ) ଅବସରରେ ଖୋଲିବ। ଅନ୍ୟପକ୍ଷରେ କେଦାରନାଥ ଦ୍ୱାର ୨୨ ଏବଂ ବଦ୍ରିନାଥ ୨୩ ଅପ୍ରେଲରେ ଖୋଲାଯିବ। ଗତ ବର୍ଷ ପ୍ରାୟ ୫୧ ଲକ୍ଷ ଭକ୍ତ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ସାମିଲ ହୋଇଥିଲେ।

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବୈଠକରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି
ବଦ୍ରିନାଥ-କେଦାରନାଥ ଧାମରେ ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ଲଗୁହେବ ପ୍ରତିବନ୍ଧକ।
ଋଷିକେଶ ଟ୍ରାଞ୍ଜିଟ୍ କ୍ୟାମ୍ପ ଠାରେ ପୂର୍ବ ତୀର୍ଥ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଏବଂ ଏକ କମିଟି କ୍ୟାମ୍ପ ଅଫିସ ଖୋଲିବାକୁ ନିଆଗଲା ନିଷ୍ପତ୍ତି।
ମନ୍ଦିର ପରିସରରେ ଏକ ନିର୍ଦ୍ଧାରିତ ଦୂରତା ମଧ୍ୟରେ ମୋବାଇଲ୍ ଫୋନ୍ ଉପରେ ଲାଗୁହେବ ପ୍ରତିବନ୍ଧକ।
ମନ୍ଦିର କମିଟି ସହ ଜଡ଼ିତ ଆଇନର କିଛି ବ୍ୟବସ୍ଥାରେ କରାଯିବ ସଂଶୋଧନ।
ମନ୍ଦିର ପୂଜାରୀଙ୍କ ନିଯୁକ୍ତି ନିୟମ ଏବଂ ପରମ୍ପରା ଏବଂ ପୂଜା ଏବଂ ଦର୍ଶନ ବ୍ୟବସ୍ଥା ଉପରେ ହୋଇଛି ନିଷ୍ପତ୍ତି।
ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିକୁ କାର୍ଯ୍ୟକାରୀ ସଂସ୍ଥା ଭାବେ ନିଯୁକ୍ତ କରାଯିବ।
କର୍ମଚାରୀଙ୍କ ପଦୋନ୍ନତି, ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି।
ମନ୍ଦିର କମିଟି ମଧ୍ୟରେ ଆଦି ବଦ୍ରି ମନ୍ଦିରକୁ ଅନ୍ତର୍ଭୂକ୍ତ କରିବାକୁ ହୋଇଛି ସହମତି।
ଡିମରି ଧାର୍ମିକ ପଞ୍ଚାୟତରୁ ଚିଠି ଉପରେ ବିଚାର।
ପୂଜା ସାମଗ୍ରୀ କ୍ରୟ, ମାର୍କଣ୍ଟେଶ୍ୱର ମନ୍ଦିର ସଭା ମଣ୍ଡପର ହେବ ପୁନଃନିର୍ମାଣ।
ମନ୍ଦିରସ କମିଟି କର୍ମଚାରୀଙ୍କ ଦରମା ଏବଂ ପେନସନ ପାଇଁ ଗଠିତ କରାଯିବ ପାଣ୍ଠି।
ବଦ୍ରିନାଥ ଏବଂ କେଦାରନାଥ ଧାମ ପାଇଁ ହେବ ପୃଥକ ବ୍ୟବସ୍ଥା।

ପଢନ୍ତୁ ଏହି ଖବର: ୧୯ ଅପ୍ରେଲରୁ ଆରମ୍ଭ ହେବ ଚାରିଧାମ ଯାତ୍ରା; ଜାରି ରହିଛି ପ୍ରସ୍ତୁତି

ବୈଠକରେ ବଦ୍ରିନାଥ ଧାମ ପାଇଁ ୫୭ କୋଟି ୪୭ ଲକ୍ଷ ୩୯ ହଜାର ୬୦୧ ଏବଂ କେଦାରନାଥ ଧାମ ପାଇଁ ୬୩ କୋଟି ୬୦ ଲକ୍ଷ ୫୯ ହଜାର ୯୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମନ୍ଦିର କମିଟି ୯୯ କୋଟି ୪୫ ଲକ୍ଷ ୩୬ ହଜାର ୬୫୧ ଟଙ୍କାର ରାଜସ୍ୱ ସଂଗ୍ରହ କରିଛି। ଏହି ବୈଠକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ପ୍ରସାଦ ଥାପଲିଆଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଯିଏ ବୋର୍ଡ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ।

ଭକ୍ତଙ୍କ ନିରାପଦ, ସରଳ ଏବଂ ସୁଗମ ଦର୍ଶନ ଉପରେ ରହିଛି ଲକ୍ଷ୍ୟ
ମନ୍ଦିର କମିଟି ସଭାପତି ହେମନ୍ତ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ରାଜଧାନୀ ଡେରାଡୁନ ସ୍ଥିତ କେନାଲ ରୋଡ୍ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଥିଲା ବୋର୍ଡ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନିର୍ଦ୍ଦେଶ ଅନୁଯାୟୀ, କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଅନ୍ୟପଟେ ବଦ୍ରିନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି। ସେ କହିଛନ୍ତି ଯେ ଭକ୍ତଙ୍କୁ ନିରାପଦ, ସରଳ ଏବଂ ସୁଗମ ଦର୍ଶନ ପ୍ରଦାନ କରିବା ପାଇଁ କମିଟି ଲକ୍ଷ୍ୟ ରଖିଛି। ଯେଉଁଥି ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରସ୍ତୁତିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଏଥିସହ ପଢ଼ନ୍ତୁ: ଚାରିଧାମ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା

ଭିତ୍ତିଭୂମି, ମାର୍ଗଦର୍ଶିକା ଏବଂ ଡିଜିଟାଲକରଣ ଉପରେ ଗୁରୁତ୍ୱ

ମନ୍ଦିର କମିଟି ବୈଠକରେ ଯାତ୍ରା ଏବଂ ଦର୍ଶନ ପାଇଁ ମାର୍ଗଦର୍ଶିକ ଜାରି କରିବା, ମନ୍ଦିର ପରିସରର ମରାମତି ସହ ରଙ୍ଗ କରିବା ଏବଂ ଦର୍ଶନ ବେଳେ ଲୋକଙ୍କ ଧାଡ଼ି ପାଇଁ ରେଲିଂ ଲଗାଇବା, ପାନୀୟ ଜଳ, ବିଦ୍ୟୁତ୍, ପରିମଳ, ବିଶ୍ରାମାଗାର ସ୍ଥାପନ, ପୂଜା-ଦର୍ଶନ ବ୍ୟବସ୍ଥା, ଅନଲାଇନ୍ ପୂଜା ଏବଂ କମିଟି ୱେବସାଇଟ୍ ସୁବ୍ୟବସ୍ଥିତ ଉପାୟରେ ପରିଚାଳନା କରିବା ଉପରେ ଆଲୋଚନା ହୋଇଇଥିଲା। ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ ​​କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BKTC Meeting March 2026: Temple Committee Bars Non-Hindus Entry | Argus News