ଅର୍ଗସ ନ୍ୟୁଜର ଏଜ୍ୟୁକେସନ କନକ୍ଲେଭ୍: କାର୍ଯ୍ୟକ୍ରମର ପ୍ରାଥମିକତା ଭଲ ଶିକ୍ଷା, ଭଲ ଭବିଷ୍ୟତ

ଅର୍ଗସ ବ୍ୟୁରୋ: ଅର୍ଗସ ନ୍ୟୁଜର ଏଜ୍ୟୁକେସନ କନକ୍ଲେଭ୍ `ଅର୍ଗସ୍ ଏଜ୍ୟୁକେସନ ନେକ୍ସଟ୍-2024 ସିଜିନ୍ 3' । ପ୍ରସଙ୍ଗ ରହିଛି `INNOVATION IN EDUCATION FOR BETTER TOMORROW' । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ । ଏଥିସହ ଅର୍ଗସ ନ୍ୟୁଜ୍ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଓ ଅର୍ଗସ ନ୍ୟୁଜ୍ ସିଇଓ ପ୍ରକାଶ ସାହୁ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମର ପ୍ରାଥମିକତା ଭଲ ଶିକ୍ଷା, ଭଲ ଭବିଷ୍ୟତ ହିଁ ଆମ ରାଜ୍ୟକୁ ଆଣିବ ।
ଗୋଟିଏ ଜନ ମଙ୍ଗଳକାରୀ ରାଷ୍ଟ୍ରର ପ୍ରଥମ ଦାୟିତ୍ବ ନିଜର ନାଗରିକଙ୍କ ଭବିଷ୍ୟତକୁ ସୁନ୍ଦର ଓ ସରସ କରିବା । କେନ୍ଦ୍ରରେ ମୋଦି ସରକାର ହୁଅନ୍ତୁ ଅଥବା ରାଜ୍ୟରେ ମୋହନ ମାଝୀଙ୍କ ସରକାର ଉଭୟଙ୍କ ପ୍ରାଥମିକତାରେ ଶିକ୍ଷା ଓ ଦକ୍ଷତା ବିକାଶ । ଏହି କନକ୍ଲେଭର ବିଭିନ୍ନ ସତ୍ରରେ ବିଶେଷଜ୍ଞ ମାନେ ଶିକ୍ଷା, ଜ୍ଞାନ ଓ ଦକ୍ଷତା ଆଧାରିତ ସମାଜ ନିର୍ମାଣ ଓଡ଼ିଶାକୁ ସମୃଦ୍ଧ କରିବାକୁ ରାସ୍ତା ଖୋଲିବାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: