ଆର୍ଗସ୍ ନ୍ୟୁଜ୍ ର ‘ODISHA HEALTH CONNECT SEASON 3’ ଆରମ୍ଭ

ଅର୍ଗସ ବ୍ୟୁରୋ: ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ର ‘ODISHA HEALTH CONNECT SEASON 3’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆଜି ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୂର୍ତ୍ତ, ଆଇନ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ହିନ୍ଦୁଜା ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଶ୍ରୀ ଗୌତମ ଖାନ୍ନା । ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ ।
ଏହାସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚ୍ଚିବ ଅଶ୍ୱଥୀ ଏସ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।
ଆଇସିଏମଆର ଆରଏମଆରସି ନିର୍ଦ୍ଦେଶକ ଡକ୍ଟର ସଙ୍ଘମିତ୍ରା ପତି ମଧ୍ୟ ଯୋଗ ଦେବେ। ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ। ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨
