Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-2, ଯୋଗ ଦେବେ  ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

Odisha

ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-2, ଯୋଗ ଦେବେ  ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ଅର୍ଗସ ଓଡିଶା ହେଲ୍‍ଥ କନେକ୍ଟ ସିଜିନ-2, ଯୋଗ ଦେବେ  ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ଭୁବନେଶ୍ୱର:  ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ର ଆଜି  ‘ODISHA HEALTH CONNECT SEASON 2’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆୟୋଜନ ହେବ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଆୟୂଷ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ ।  ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ।  ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି ।

ତଥାପି ଆଜି ଏମିତି ଅନକେ ଅଞ୍ଚଳ ରହିଛି ଯେଉଁଠି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ । ସେହି ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିବ । ଲୋକଙ୍କ ଉଚିତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ କ'ଣ ପ୍ରତିବନ୍ଧକ ରହୁଛି । କଣ ପଦକ୍ଷେପ ନିଆଗଲେ କିପରି ଜଣେ ସାଧାରଣ ଲୋକଟିଏ  ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବ ? ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କଣ ରହିଛି ଆହ୍ୱାନ ?  ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟବାସୀ କେତେ ଖୁସି ଅଛନ୍ତି ? ଏହି ଉଦ୍ଦେଶ୍ୟରେ ଜାନୁଆରୀ 20 ଅର୍ଥାତ ଆଜି  ପୂର୍ବାହ୍ନ 10 ଟାରେ ଅର୍ଗସ ପକ୍ଷରୁ ଭୁବନେଶ୍ୱରରେ  ଆୟୋଜିତ ହେବ ‘ଅର୍ଗସ ହେଲ୍ଥ କନେକ୍ଟ ସିଜିନ -2 ।  

 ନିମ୍ନ ଲିଖିତ ବିଷୟ ବସ୍ତୁ ଉପରେ ଆଲୋଚନା ହେବ । 

ଓଡ଼ିଶାରେ ସୁଲଭ, ସୁବିଧାଜନକ ଏବଂ ସମନ୍ୱିତ ସ୍ୱାସ୍ଥ୍ୟସେବା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସର୍ବଭାରତୀୟ ସ୍ତରରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଏବଂ ଓଡିଶାରେ ସ୍ୱାସ୍ଥ୍ୟସେବାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । 
ସ୍ୱାସ୍ଥ୍ୟସେବା - ଆବଶ୍ୟକତା ଏବଂ ପରିସର 

ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରୟାସ, ପରବର୍ତ୍ତୀ ପିଢି ପାଇଁ ରୋଡମ୍ୟାପ୍, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ବୀମା କ୍ଷେତ୍ରକୁ ନିୟୋଜିତ କରିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରରେ ସୁଲଭ, ଉପଲବ୍ଧ, ଗ୍ରହଣୀୟ ସ୍ୱାସ୍ଥ୍ୟ ହାସଲ କରିବାକୁ ପ୍ରୟାସ । 
ହୋଲିଷ୍ଟିକ୍ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ 
ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ଥାପିତ ସ୍ୱାସ୍ଥ୍ୟସେବାକୁ ଏକୀକୃତ କରିବା । 

ଟେକ୍ନୋଲୋଜି ଏକକୀକରଣ ଏବଂ ଜୀବିକା ସୃଷ୍ଟି 
 ଆବଶ୍ୟକତା ଭିତ୍ତିକ ସମାଧାନ, ଅଧିକ ବୈଜ୍ଞାନିକ ଉପାୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧି ଗ୍ରହଣ, ଟେଲି-ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟର ପ୍ରକୃତ ସମୟ ମନିଟରିଂ, ସ୍ୱାସ୍ଥ୍ୟସେବାରେ ସାଇବର ଅପରାଧକୁ ରୋକିବା, ଚିକିତ୍ସା କ୍ଷେତ୍ରରେ ନୂତନତ୍ୱ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ପ୍ରଯୁକ୍ତିକୁ ବ୍ୟବହାର କରିବା ।  ପ୍ରଭୃତି ବିଷୟବସ୍ତୁ ଉପରେ ହେବ ଆଲୋଚନା।   

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Sponsored
Argus Odisha Health Connect Season-2 will be attended by Minister Sarbananda Sonowal today. | Argus News