ସମ୍ବଲପୁରରେ ମହାଭାରତ , ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ: ଏ ତ ଥିଲା ରେଙ୍ଗାଲୀର ଚିତ୍ର । ଆଜି ଠେଲକୋଇରେ ବିଜେଡି ନେତାମାନେ ଟଙ୍କା ବାଣ୍ଟୁଥିବା ବେଳେ ଏ ନେଇ ଭିଡିଓ ଉତ୍ତୋଳନ କରିବା ସମୟରେ ଅର୍ଗସର ରେଙ୍ଗାଲୀ ପ୍ରତିନିଧି ହିମାଶୁଂ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ସ୍ମିତା ପାତ୍ରଙ୍କୁ ଦୁର୍ବ୍ୟବହାର ସହ କରାଯାଇଛି ଆକ୍ରମଣ । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ରକ୍ତମୁଖା ହୋଇଛନ୍ତି ବିଜେଡି ନେତାମାନେ । ଆଉ ଗାଡିରେ ଥିବା ସାମ୍ବାଦିକ ଓ ସାମ୍ବାଦିକାଙ୍କୁ କେମିତି କରୁଛନ୍ତି ଆକ୍ରମଣ ସହ ଦୁର୍ବ୍ୟବହାର ।
ନମ୍ବର ଦୁଇ ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ଦଳର ନମ୍ବର 3 ଷ୍ଟାର ପ୍ରଚାରକ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସମ୍ବଲପୁର ହୋଇଛି ସମ୍ମାନର ପ୍ରଶ୍ନ ।
ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିକାଶ , ସଂସ୍କୁତି , ସ୍ବାଭିମାନ୍ ଓ ଅସ୍ମିତାକୁ କରିଛନ୍ତି ମୁଖ୍ୟ ପ୍ରସଙ୍ଗ
ଧର୍ମେନ୍ଦ୍ରଙ୍କ ବିଜୟ , ବିଜେଡିର ନମ୍ବର 2 ଓ 3କୁ ଦେବ ବଡ ଧକ୍କା ।
ପିଇବାକୁ ପାଣି ନାହିଁ , ସ୍କୁଲରେ ଶିକ୍ଷକ ନାହାନ୍ତି , ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ପ୍ରସୂତି ଭାରରେ ବୁହା ହେଉଛନ୍ତି
ସେପଟେ ଓଡିଆ ନେତାଙ୍କୁ ପାଣ୍ଡିଆନ୍ କରିସାରିଲେଣି ଟେଣ୍ଟ , ଟ୍ରାଫିକ୍ ମ୍ୟାନେଜର
ଖୋଦ୍ ପ୍ରାର୍ଥୀ ନିଜେ କହୁଛନ୍ତି ସେ ପାଣ୍ଡିଆନଙ୍କର କ୍ରୀତଦାସ
ସମ୍ବଲପୁରରେ ବିକାଶ ଓ ସ୍ୱାଭିମାନକୁ ନେଇ ବଡ ବିବାଦ
ଏ ପ୍ରସଙ୍ଗ , ବିଜେଡିକୁ ପକାଇଛି ବ୍ୟାକଫୁଟରେ
ଟଙ୍କା ବଣ୍ଟା , ଏକମାତ୍ର ଭରସା ପାଲଟିଛି ବିଜେଡି । ଆଉ ସତ ଦେଖାଇଲେ ରକ୍ତମୁଖା ହେଉଛି ବିଜୁ ଜନତା ଦଳ । ଆଉ ବିଜେଡି ଟଙ୍କା ବାଣ୍ଟୁଥିବା ବେଳେ ଖବର ପ୍ରସାରଣ କଲେ ବିଜେଡି ନେତାମାନେ ସାମ୍ବାଦିକ ଓ ସାମ୍ବାଦିକାଙ୍କୁ କରୁଛନ୍ତି ଆକ୍ରମଣ । ଯାହାକୁ ବିଭିନ୍ନ ମହଲରେ କରାଯାଇଛି ନିନ୍ଦା ।
ମା'କୁ ସମ୍ମାନର ବାହାସ୍ପୋଟ ମାରୁଥିବା ବିଜୁ ଜନତା ଦଳର ଅସଲମୁଖା ଏବେ ପଦାରେ ପଡିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା କଥା କହୁଥିବା ଦଳ ରାଜରାସ୍ତାରେ ଘଟାଉଛି ହିଂସା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର