Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

ଅର୍ଗସ ବ୍ୟୁରୋ: ବିଜେଡି ଛାଡିଲେ ଅରିନ୍ଦମ ରାୟ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏହାସହ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳୁନଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।  ଅରିନ୍ଦମ ରାୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । ଏହାସହ ଜଣାଶୁଣା ଅଭିନେତା ମଧ୍ୟ । ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

ସେପଟେ ବିଜେଡିକୁ ଶକ୍ତ ଝଟକା ।  ବିଜେପି ରେ ମିଶିଲେ ପୂର୍ବତନ ଗୁଣୁପୁର ବିଧାୟକ । ବିଜେଡି ନେତା ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଯାଜପୁରର ଯୁବ ସମାଜସେବୀ ଦୀପ୍ତି ମହାରଣା ମଧ୍ୟ ବିଜେପିରେ ମିଶିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର... 


 

Sponsored
Arindam Roy resigned from BJd | Argus News