୨୫ ବର୍ଷର ଅପାରଗତା ଓ ଜନ ବିରୋଧକୁ ସାମ୍ନା କରିବାକୁ ଭୟ

ସମ୍ବଲପୁର: ବାହୁବଳ ଓ ଟଙ୍କା ବିଜେଡିର ଶେଷ ଭରସା । ୨୫ ବର୍ଷର ଅପାରଗତା ଓ ଜନ ବିରୋଧକୁ ସାମ୍ନା କରିବାକୁ ଭୟ । ହାରିବା ଡରରେ ଶାସକ ଦଳ ଭୋଟରଙ୍କୁ ବାଣ୍ଟୁଛି ଟଙ୍କା । ଗୁଣ୍ଡାଗର୍ଦ୍ଦି, ଭୟଭୀତ କରାଇ ଭୋଟ୍ ହାତେଇବାକୁ ହୀନ ଚେଷ୍ଟା । ଅର୍ଗସ କ୍ୟାମେରାରେ କଏଦ୍ ହେଲା ରାଜ୍ୟ ସାରା ବିଜେଡି କର୍ମୀଙ୍କ କଳା କାରନାମା ।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟିଂ । ୟା ପୂର୍ବରୁ ନିଜ ଆଡ଼କୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟଙ୍କା ବଣ୍ଟାକୁ ଅସ୍ତ୍ର କରିଛି ବିଜେଡି । ଦେଖନ୍ତୁ, ଶାସକ ଦଳର ଟଙ୍କା ବାଣ୍ଟିବାର ତରିକା । ମନ୍ଦିରରୁ ପାଦୁକା ଆଣି ବିଜେଡିକୁ ଭୋଟ୍ ଦେବା ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଏ ମାଉସୀ ଜଣଙ୍କୁ ଜୋର୍ ଜବରଦସ୍ତ ଶପଥ କରାଯାଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଭୂତାପଡ଼ା ଛକରେ ବିଜେଡି ପକ୍ଷରୁ ଖୁଲମ୍ ଖୁଲା ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । ଚିରକୁଟ୍ ସହ ଦିଆଯାଉଛି ଟଙ୍କା । ଆଉ ଅର୍ଗସ ଟିମ୍ କ୍ୟାମେରା ପହଞ୍ଚିବା ପରେ ତରବରିଆ ଭାବେ ସଟର୍ ବନ୍ଦ କରି ବ୍ୟାନର ଖୋଲି ପକାଇ ଥିଲେ ।
ସେହିପରି ସମ୍ବଲପୁରର ଆଉ ଏକ ଚିତ୍ର ଦେଖନ୍ତୁ । ଅନ୍ଧାରୀ ରାତିରେ ପୁସିଂ କାର୍ଡ ସହ ଟଙ୍କା ବାଣ୍ଟି ପ୍ରଚାର କରୁଛନ୍ତି ବିଜେଡି କର୍ମୀ ।ସେପଟେ ଖୋର୍ଦ୍ଧା ଗୋଳବାଇ ପଞ୍ଚାୟତରେ ମହିଳାଙ୍କୁ ଗାଁ ମନ୍ଦିର ପାଖକୁ ଡାକି ଟଙ୍କା ବାଣ୍ଟି ନିୟମ କରି ଯୋଡି ଶଙ୍ଖକୁ ଭୋଟ୍ ଦେବାକୁ ବାଧ୍ୟ କରିଛନ୍ତି ସରପଞ୍ଚଙ୍କ ସ୍ବାମୀ ଓ ସମିତିସଭ୍ୟ । କେନ୍ଦୁଝର ଜିଲ୍ଲା ପାଟଣା ରାଜନଗର ପଞ୍ଚାୟତରେ ବିଜେଡି ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହୋଇଛି । ସେହିପରି କଟକ ମହାନଗର ନିଗମର ୬ ନଂ ୱାର୍ଡ ଇମାମପଡ଼ା ବସ୍ତିରେ ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟିବାବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି ।କେବଳ ଟଙ୍କା ବଣ୍ଟା ନୁହେଁ ରାଜ୍ୟ ସାରା ବାହୁବଳ ଦେଖାଇ ଭୋରଟଙ୍କୁ ଭୟଭୀତ କରାଇ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛି ଶାସକ ଦଳ କର୍ମୀ ।.. ଖଣ୍ଡପଡ଼ାରେ ଭୋଟ ପାଇଁ ବଣ୍ଟାଯାଉଥିବା ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ବୁଲି ଖଣ୍ଡା । ଭୁଜାଲି, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ ବିଜେଡି କର୍ମୀ । ସେହିପରି ପାଲଲହଡାରେ ବିଧାୟକ ମୁକେଶ ପାଲଙ୍କ ରାଇଟ ହ୍ୟାଣ୍ଡ କୁହାଯାଉଥିବା ଧର୍ମେନ୍ଦ୍ର ସାମଲ ଭୋଟରଙ୍କୁ ସିଧାସଳଖ ଧମକ ଦେବାର ଅଡିଓ ଭାଇରାଲ୍ ହୋଇଛି । ଭୋଟର୍ ବିଜେପିକୁ ଭୋଟ୍ ଦେଲେ ଜୀବନରୁ ମାରି ଦେବାର ଭୟ ଦେଖାଇଛନ୍ତି । ପିପିଲିରେ ସହଜପୁରରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ପିପିଲି ଥାନାକୁ ଘେରାଉ କରି ପ୍ରତିବାଦ କରିଛନ୍ତି ।
ସେପଟେ ଭାପୁର ବ୍ଲକ ଭଗବାନପୁର ଏବଂ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ଲୋକମାନେ ଟଙ୍କା ନନେବାରୁ ରକ୍ତମୁଖା ଶାସକ ବିଜେଡି । ଖୋଦ ରାଣିପଡା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଏବଂ ପୁଅ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ଥାନା ପାଣ୍ଡୁରୀ ପଥର ଗାଁରେ ବିଜେଡି କର୍ମୀଙ୍କ ଆକ୍ରମଣରେ ବାପା ଓ ପୁଅ ଗୁରୁତର ହୋଇଛନ୍ତି । ଅନ୍ୟପଟେ ପରାଜୟ ଭୟରେ ବାଲିକୁଦା ଏରସମାରୁ ଲଢ଼ୁଥବା ସ୍ବାଧୀନ ପ୍ରାର୍ଥୀ ସଞ୍ଜୀବ ବିଶ୍ବାଳଙ୍କ କାର୍ଯ୍ୟାଳୟ ପୋଡ଼ିଦେଲେ ବିଜେଡ଼ି କର୍ମୀ । 25 ବର୍ଷ ଶାସନରେ ଅପାରଗତା ଯୋଗୁଁ ବଢୁଛି ଜନ ବିରୋଧ ଆଉ କମୁଛି ନବୀନଙ୍କ ଲୋକପ୍ରିୟତା । ନବୀନ ପାଣ୍ଡିଆନଙ୍କ ଦ୍ବାରା ନଜରବନ୍ଦୀ ଅଭିଯୋଗ । ତାମିଲ୍ ପାଣ୍ଡିଆନ ଓଡ଼ିଆ ସ୍ବାଭିମାନ-ସଂସ୍କୃତି ନଷ୍ଟର ସଙ୍ଗୀନ ବିବାଦ । ଏହା ଭିତରେ ଟଙ୍କା ବଣ୍ଟା-ହିଂସା ବଞ୍ଚାଇ ପାରିବ କି ବିଜେଡିକୁ । ଷଷ୍ଠ ପାଳି ନା ସତ୍ତା ପରିବର୍ତ୍ତନ ?
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର