Jagannath darshan / ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ, ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଲେ
·3 months ago·1 min read

Key Points
ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ । ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ। ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଲେ।
ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ । ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ। ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଲେ। କହିଲେ ମହାବାହୁଙ୍କୁ ଦର୍ଶନ କରି ଆଶିଷ ଲାଭ କଲି। ପୁରୀ ଆସି ବହୁତ ଶାନ୍ତି ଲାଗିଲା। ଭାରତୀୟ ସେନାଙ୍କ ଉପରେ ସର୍ବଦା ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଉ।
ସୂଚନା ଅନୁଯାୟୀ, ଆଜି ଭୋର୍ ୫ଟା ୧୫ରେ ୧୨୦ ବାଟାଲିୟନରୁ ଏନ୍ଏଚ୍-୩୧୬ ଦେଇ ପୁରୀରେ ପହଞ୍ଚି ଥିଲେ। ଶ୍ରୀମନ୍ଦିର ସହପରିବାରେ ମହାପ୍ରଭଙ୍କୁ ଦର୍ଶନ କରିଥିଲେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ। ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଥିଲେ। ଠାକୁରଙ୍କ ଦର୍ଶନ ପରେ ସକାଳ ୮ଟାରେ ପୁଣି ସୈନିକ ସଦନକୁ ଫେରିଥିଲେ । ସେଠାରେ ଘଣ୍ଟାଏ ରହଣି କାର୍ଯ୍ୟକ୍ରମ ରହିଛି।
ପରେ ତାଳବଣିଆ ହେଲିପ୍ୟାଡ୍ରୁ ସକାଳ ୯ଟା ୨୦ରେ ଗୋପାଳପୁରର ମିଲିଟାରି ଷ୍ଟେସନ (ଜିଏମ୍ଏସ୍) ଅଭିମୁଖେ ବାହାରିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଜିଏମ୍ଏସ୍ ହେଲିପ୍ୟାଡ୍ରୁ ରାସ୍ତାରେ ଗୋପାଳପୁରର ସି ବ୍ରିଜ୍ ଯିବେ । ଏଏଡିସି ମୁଖ୍ୟାଳୟରେ ଜେନେରାଲ ଦ୍ୱିବେଦୀ ସେନା ତାଲିମ୍ ବ୍ୟବସ୍ଥା ପରଖିବେ । ସେଠାରେ ପୁରୁଖା ସୈନିକମାନଙ୍କୁ ସମ୍ମାନିତ କରିବା ସହ ଷ୍ଟେସନ ଅଫିସରଙ୍କ ସହ ଆଲୋଚନା କରିବେ । ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯିବ । ସନ୍ଧ୍ୟାରେ ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ । ଗୋପାଳପୁରରେ ରାତ୍ରିଯାପନ କରିବେ । ତା’ପରଦିନ ସକାଳ ୮ଟା ୧୦ରେ ଗୋପାଳପୁରରୁ ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରି ସେଠାରୁ ଦିଲ୍ଲୀ ଫେରିଯିବେ ।
ଏଥିସହ ପଢ଼ନ୍ତୁ: ରାମଜନ୍ମ ନୀତି ପାଇଁ ଆଜି ସଂଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories