Jagannath darshan / ରାମଜନ୍ମ ନୀତି ପାଇଁ ଆଜି ସଂଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ
·3 months ago·2 min read

Key Points
ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ରାମଜନ୍ମ ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ
ଶ୍ରୀରାମ ନବମୀ ପାଇଁ ପୁରୀରେ ପ୍ରବଳ ଭିଡ଼
ରାମଜନ୍ମ ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ
ଶ୍ରୀରାମ ନବମୀ ପାଇଁ ପୁରୀରେ ପ୍ରବଳ ଭିଡ଼
ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ରାମଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ପବିତ୍ର ଶ୍ରୀରାମନବମୀ । ଆଜିର ଦିନ କ୍ୟାଲେଣ୍ଡରର ଏକ ତାରିଖ ମାତ୍ର ନୁହେଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜନ୍ମଦିନ । ପୁରାଣ, ଶାସ୍ତ୍ର ଅନୁସାରେ ଶ୍ରୀରାମନବମୀ କେବଳ ବ୍ରତ, ପୂଜାପାଠ ଓ ଉପାସନାର ଦିନ ନୁହେଁ । ବରଂ ନିଜ ଜୀବନରେ ଥିବା ଅନ୍ଧକାରକୁ ଦୁରେଇ ରାମଙ୍କ ଆଦର୍ଶକୁ ଜୀବନଚର୍ଯ୍ୟାରେ ସାମିଲ କରିବା ଦିନ । ଭକ୍ତ ଓ ଭଗବାନଙ୍କ ସାନ୍ନିଧ୍ୟରେ ସମୟ କାଟିବାର ଅବସର ଆଣିଦିଏ ଶ୍ରୀରାମ ନବମୀ । ଚୈତ୍ର ଶୁଳ୍କପକ୍ଷ ନବମୀ ତିଥିରେ ସାରା ରାଜ୍ୟରେ ଶ୍ରୀରାମ ବନମୀ ପାଳିତ ହେଉଛି। ଚଳିତବର୍ଷ ନବମୀ ଏପ୍ରିଲ ୨୬ରେ ପଡୁଥିବାରୁ, ସେହିଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ନବମୀ ଉତ୍ସବ ପାଳିତ ହୋଇଛି। କିନ୍ତୁ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକା ଅନୁଯାୟୀ ୨୭ ତାରିଖରେ ନବମୀ ତିଥି ଥିବାରୁ ସମଗ୍ର ଉତ୍କଳରେ ଶ୍ରୀରାମ ନବମୀ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ।
ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ସେପଟେ ପୁରୀ ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ସକାଳୁ ମନ୍ଦିର ଆସି ଦର୍ଶନ କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ବନ ବିଭାଗ ପକ୍ଷରୁ ଆସିଥିବା ଧଉରା, ଫାସୀ ଓ ଅସନ କାଠଗୁଡ଼ିକୁ ରଥର ବିଭିନ୍ନ ଅଂଶ ପାଇଁ ନିର୍ଦ୍ଦିଷ୍ଟ ମାପରେ ଏଠାରେ ଚିରଟ କରାଯାଇଥାଏ। ଏହି ଚିରଟ କାଠଗୁଡ଼ିକ ପରବର୍ତ୍ତୀ ସମୟରେ ପୁରୀ ରଥଖଳାକୁ ପଠାଯାଏ, ଯେଉଁଠାରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ହୋଇଥାଏ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ସହ ଏକ 6 ଜଣିଆ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି।
ଏଥିସହ ପଢ଼ନ୍ତୁ: ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories