Cyclone Arnab landfall / ଲ୍ୟାଣ୍ଡଫଲ୍ ବେଳେ ଦିଗ ବଦଳାଇଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ! ଆହୁରି ଲାଗିବ ୨ ଘଣ୍ଟା
·57 mins ago·2 min read

Key Points
ଏବେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ଲାଗି ଆହୁରି ୨ ଘଣ୍ଟା ସମୟ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' । ନର୍ସାପୁରଠାରୁ ପୂର୍ବରେ ୩୦ କିଲୋମିଟର ଏବଂ ୟାନମ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫ କିଲୋମିଟର ଦୂରରେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଛି ।
ସେହିଭଳି କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୭୦ କିଲୋମିଟର, ମଛଲିପାଟଣମ୍ ଠାରୁ ପୂର୍ବ-ଉତ୍ତରପୂର୍ବରେ ୯୦ କିଲୋମିଟର ଦୂରରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ୧୧୫ରୁ ୧୨୫ କିଲୋମିଟର ଘଣ୍ଟାପ୍ରତି ରହିଥିବା ବେଳେ ଝଟ୍କା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି ।
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏବେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ଲାଗି ଆହୁରି ୨ ଘଣ୍ଟା ସମୟ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରେ ଆରମ୍ଭ ହୋଇଗଲା ତାଣ୍ଡବ; ଜାରି ରହିଛି ପ୍ରବଳ ବର୍ଷା-ପବନ
ଦିଗ ପରିବର୍ତ୍ତନରୁ ହେଉଛି ବିଳମ୍ବ
ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା, ଯାହା ବାୟୁମଣ୍ଡଳର ୫. ୮ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଅନ୍ୟପଟେ ଅତିଭୀଷଣ ବାତ୍ୟା 'ଅର୍ଣ୍ଣବ' ଗତ ୩ଘଣ୍ଟା ଧରି ସମ୍ପୂର୍ଣ୍ଣ ସ୍ଥିର ରହିଥିବାରୁ ସ୍ଥଳଭାଗ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଜାରି ରହିବାର ସମ୍ଭାବନା ରହିଛି । ମୁଖ୍ୟତଃ ଭାବେ ପୂର୍ବାନୁମାନ ଅନୁଯାୟୀ ଗତିର ଦିଗ ପରିବର୍ତ୍ତନ ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି ।
ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା । ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ସହ ଅକ୍ଟୋବର ୨୮ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ପବନ ସହ ଅତି ପ୍ରବଳ ବର୍ଷା ହୋଇପାରେ । ପାଖାପାଖି ଦିନ ୧୨ଟାରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ' । ସେହି ସମୟରେ ପବନର ବେଗ ରହିବ ୬୦ରୁ ୭୦ କିମି ପ୍ରତି ଘଣ୍ଟା । ଝଟ୍କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିପାରେ ।

ମୁଖ୍ୟତଃ ଭାବେ ପୂର୍ବାନୁମାନ ଅନୁଯାୟୀ ଗତିର ଦିଗ ପରିବର୍ତ୍ତନ ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି https://t.co/JMgqQ5Q5nc
— usd (@usd0705) October 28, 2026
ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା । ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ସହ ଅକ୍ଟୋବର ୨୮ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ପବନ ସହ ଅତି ପ୍ରବଳ ବର୍ଷା ହୋଇପାରେ । ପାଖାପାଖି ଦିନ ୧୨ଟାରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ' । ସେହି ସମୟରେ ପବନର ବେଗ ରହିବ ୬୦ରୁ ୭୦ କିମି ପ୍ରତି ଘଣ୍ଟା । ଝଟ୍କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: