Cyclone Arnab Landfall Latest Update / ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରେ ଆରମ୍ଭ ହୋଇଗଲା ତାଣ୍ଡବ; ଜାରି ରହିଛି ପ୍ରବଳ ବର୍ଷା-ପବନ
·1 hour ago·3 min read

Key Points
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ସ୍ଥଳ ଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ମଧ୍ୟରେ ତାଣ୍ଡବ ରଚିବା ଜାରି ରଖିଛି। ଯାହାର ବଙ୍ଗୋପ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋରଦାର ପବନ ବହୁଛି।
ସ୍ଥଳ ଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ମଧ୍ୟରେ ତାଣ୍ଡବ ରଚିବା ଜାରି ରଖିଛି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" (Arnab)। ବୁଧବାର (ଅକ୍ଟୋବର ୨୮) ଭୋର ସମୟରେ ଲ୍ୟାଣ୍ଡଫଲ୍ (Landfall) କରିବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (IMD)। ଏହି ବାତ୍ୟା ବୁଧବାର ମଧ୍ୟରାତ୍ରୀରେ ଦୁଇଟାରୁ (02:00 AM) ଚାରିଟା (04:00 AM) ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ୟାନାମ ଉପକୂଳରେ, ବିଶେଷକରି ବାପତଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦିଓ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏପର୍ଯ୍ୟନ୍ତ ଜାରି ରହିଛି। ସମୁଦ୍ରରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବାରୁ ଏହା ଧାର୍ଯ୍ୟ ସମୟ ଆଗରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା।
ସମୁଦ୍ରରୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସହିତ ଭୟଙ୍କର ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ମଙ୍ଗଳବାର-ବୁଧବାର (ଅକ୍ଟୋବର ୨୭-୨୮) ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନମ ଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଅକ୍ଟୋବର ୨୮ ତାରିଖରେ ଓଡ଼ିଶା, ଅକ୍ଟୋବର ୨୮-୨୯ ତାରିଖରେ ଛତିଶଗଡ଼ରେ ଏବଂ ଅକ୍ଟୋବର ୨୯ ତାରିଖରେ ପୂର୍ବ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି।
ଆନ୍ଧ୍ର ଉପକୂଳରେ "ଅର୍ଣ୍ଣବ" ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ପାଣିପାଗ ବିଭାଗ ଅନୁଯାୟ "ଅର୍ଣ୍ଣବ" ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବା ଆରମ୍ଭ କରିସାରିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ କିମି ଠାରୁ ୧୩୫ କିଲୋମିଟର ରହିଥିବା ବେଳେ, କେତେକ ସ୍ଥାନରେ ପବନର ଝଟକା ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚୁଛି। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଘର ଭିତରେ ରହିବାକୁ ଏବଂ ସରକାରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଏହା ସହ ପଢନ୍ତୁ: ସ୍ଥଳଭାଗ ଛୁଇଁଲା ଅର୍ଣ୍ଣବ! ଆରମ୍ଭ ହୋଇଗଲା ଲ୍ୟାଣ୍ଡଫଲ୍ ପକ୍ରିୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, କାକିନାଡ଼ା ନିକଟସ୍ଥ ୟାନମ୍ ପାଖରେ "ଅର୍ଣ୍ଣବ" ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ଭୟଙ୍କର ବାତ୍ୟାର ଗତିବିଧି ସମ୍ପର୍କରେ ଅଧିକାରୀଙ୍କ ଠାରୁ ନିୟମିତ ଭାବେ ଖବର ନେଉଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ଭୋର ଚାରିଟା ସୁଦ୍ଧା ସ୍ଥଳଭା ଛୁଇଁବା ସ୍ପର୍ଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବା ନେଇ ଆକଳନ କରାଯାଇଛି। ହେଲେ ଏହା ପରେ ମଧ୍ୟ ପ୍ରବଳ ବର୍ଷା ସହ ଜୋରଦାର ପବନ ବହିବାର ସମ୍ଭାବନା ରହିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି ଏବଂ ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।
"ଅର୍ଣ୍ଣବ" ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ପ୍ରବଳ ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଏକ 'ଅତ୍ୟନ୍ତ ଭୀଷଣ ବାତ୍ୟା' (Very Severe Cyclonic Storm) ରୂପେ ଆନ୍ଧ୍ର ପ୍ରଦେଶ ଏବଂ ୟାନାମ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ। ଯାହା ଝଡ଼ ବେଗରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ବାତ୍ୟା ୟାନାମର ଦକ୍ଷିଣ ଦିଗ ନିକଟରେ, ବାପଟଲା-ବିଶାଖାପାଟଣା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଏହି ଅତ୍ୟନ୍ତ ଭୀଷଣ ବାତ୍ୟାର କେନ୍ଦ୍ରସ୍ଥଳ ଆନ୍ଧ୍ର ଉପକୂଳରେ ରହିଛି। ଆଗାମୀ ୩ ଘଣ୍ଟା ଧରି ଏହାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା (Landfall Process) ଜାରି ରହିବ।
ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଏବଂ ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି। ରାସ୍ତାଘାଟ ବହୁଳ ଭାବରେ ଜଳମଗ୍ନ ହୋଇ ରହିଥିବାରୁ ଲୋକେ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ବିଶାଖାପଟ୍ଟନମ୍ ଠାରେ ପ୍ରବଳ ବର୍ଷା ସହିତ ଜୋରଦାର ପବନ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଛି। ଯାହା ଫଳରେ 'ବିଚ୍ ରୋଡ୍' (Beach Road) ଏବଂ 'ସୀତାମ୍ମାଧାରା' (Seethammadhara) ଅଞ୍ଚଳରେ ରାସ୍ତା ଅବରୋଧ ହୋଇଯାଇଛି। ସମାନଦୃଶ୍ୟ କାକିନାଡ଼ା ଠାରେ ଦେଖିବାକୁ ମିଳିଛି।
ଏହା ସହ ପଢନ୍ତୁ: ସ୍ଥଳଭାଗ ଛୁଇଁଲା 'ଅର୍ଣ୍ଣବ' ବାହ୍ୟ ବଳୟ; ମଧ୍ୟରାତ୍ରୀରେ କରିବ ଲ୍ୟାଣ୍ଡଫଲ୍
ଏହା ସହିତ ଭୟଙ୍କର ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ପ୍ରଭାବରେ ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ୍ ଠାରେ ସମୁଦ୍ର ଅଶାନ୍ତ ରହିଛି। ଅନ୍ୟପଟେ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଜୋରଦାର ପବନ ବହୁଛି। ରାଜ୍ୟର ପ୍ରସିଦ୍ଧ ବେଳାଭୂମି ଦୀଘା ଠାରେ ସମୁଦ୍ର ଅଶାନ୍ତ ହୋଇଉଠିଛି। ଏହି ଘୂର୍ଣ୍ଣିଝଡ଼ କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ଜୋରଦାର ପବନ ବହିବା ଜାରି ରହିଛି।