Videos
|
Odisha

ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ

Smruti Parija
Browse all articles by Smruti Parija
·2 years ago
ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ

ପୁରୀ: ଆଉ ବ୍ୟବହାର ହେବନାହିଁ ଅର୍ପଣ ଚାଉଳ। ଚାଉଳର ମାନ ସମୟକ୍ରମେ ଖରାପ ହେଉଥିବାରୁ ଏହା ବ୍ୟବହାର ଉପଯୋଗୀ ନୁହେଁ ଓ ଭକ୍ତଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ନୁହେଁ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ। 

ସରକାରଙ୍କ ଅନୁମୋଦନ କ୍ରମେ ବଳକା ହଜାର ହଜାର କ୍ବିଣ୍ଟାଲ୍ ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କିଣିବାକୁ ଆଗ୍ରହୀ ମିଲର୍ ବା ବ୍ୟକ୍ତି ସ୍ପଟ୍ ଭିଜିଟ୍ ମଧ୍ୟ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । 

ଅର୍ପଣ ଚାଉଳକୁ ବିକ୍ରି କରି ଟେଣ୍ଡରରୁ ଆଦାୟ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ । ଅନ୍ୟପଟେ ପ୍ରଶାସନ ନିର୍ଦ୍ଦେଶ ଦେଲେ ପୁଣି ସୁଆରମହାସୁଆର ନିଯୋଗ ତରଫରୁ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯିବ ବୋଲି ନିଯୋଗର ସଭାପତି କହିଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: