ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ପବିତ୍ର ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଆଇଜି ଚରଣ ସିଂ ମୀନା। ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ସିଂହଦ୍ଵାର ଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ପୁରୀ ଏସପିଙ୍କ ସହ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା କରିଛନ୍ତି। କରିଥିଲେ । ଦୀପାବଳି ଦିନ ପୟାଶ୍ରାଦ୍ଧ ଯୋଗୁଁ ଦୂରଦୂରାନ୍ତରୁ ଭକ୍ତମାନେ ପିତୃପୁରୁଷଙ୍କୁ ବଡବଡୁଆ ଡାକିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।
ସେମାନଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ମଧ୍ୟ ଡିଆଇଜି ସମୀକ୍ଷା କରିଛନ୍ତି। ଏହାସହ ସହରର ଟ୍ରାଫିକ ବ୍ୟବସ୍ଥା ଓ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସିଂହଦ୍ଵାର ନିକଟରେ ହୋଇଥିବା ପୁଲିସ ଫିଡବ୍ୟାକ ସେଣ୍ଟର ପରିଦର୍ଶନ କରି ଶ୍ରଦ୍ଧାଳୁ ଦେଇଥିବା ମତାମତ ସମ୍ପର୍କରେ ସେ ଅବଗତ ହୋଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: