Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗ ଶ୍ରମବୀର

Odisha

ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗ ଶ୍ରମବୀର

Manini Pattanayak
Browse all articles by Manini Pattanayak
·2 years ago·2 min read
ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗ ଶ୍ରମବୀର

ଭୁବନେଶ୍ବର: ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗରୁ ମୁକୁଳିଥିବା ଶ୍ରମବୀର । ଭୁବନେଶ୍ବରରୁ ଯାଇ ପହଞ୍ଚିବା ପରେ ଗାଁରେ ଭାବବିହ୍ବଳ ପରିବେଶ ।  ଶ୍ରମିକଙ୍କୁ ନେଇ କ୍ଷଣିକ ଖୁସି, କିନ୍ତୁ ଦାଦନ ସମସ୍ୟା ପାଇଁ ଚିରସ୍ଥାୟୀ ଦୁଃଖ । କଥା ହେଲା ଏମାନେ ଏବେ ଆଗକୁ କରିବେ କଣ। ଓଡ଼ିଶାରେ ରୋଜଗାର ସମ୍ଭାବନା ନ ଥିବାରୁ ଏମାନେ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ। ପ୍ରଶ୍ନ ହେଲା ଅପାର ସମ୍ଭାବନା ସତ୍ତ୍ବେ ରାଜ୍ୟରେ ରୋଜଗାର ସୃଷ୍ଟିରେ କାହିଁକି ବିଫଳ ହୋଇଛି ବିଜେଡି ସରକାର ।

ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗ ଶ୍ରମବୀର
ଭୁବନେଶ୍ବରରୁ ଯାଇ ପହଞ୍ଚିବା ପରେ ଗାଁରେ ଭାବବିହ୍ବଳ ପରିବେଶ
ଶ୍ରମିକଙ୍କୁ ନେଇ କ୍ଷଣିକ ଖୁସି, କିନ୍ତୁ ଦାଦନ ସମସ୍ୟା ପାଇଁ ଚିରସ୍ଥାୟୀ ଦୁଃଖ
ଅପାର ସମ୍ଭାବନା ସତ୍ତ୍ବେ ରାଜ୍ୟରେ ରୋଜଗାର ସୃଷ୍ଟିରେ ବିଫଳ ବିଜେଡି ସରକାର
ପେଟ ପାଇଁ ପୁଣି ବିଦେଶ ଯିବାକୁ ବାଧ୍ୟ ଓଡ଼ିଆ ଶ୍ରମିକ 

ଉତ୍ତରାଖଣ୍ଡ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକଙ୍କ ସହ ଶୁକ୍ରବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଇଏ ଥିଲା ରାଜ୍ୟ ଶ୍ରମମନ୍ତ୍ରୀଙ୍କ ଅଧିକୃତ ବୟାନ। ଶାରଦା ନାୟକଙ୍କ ଅନୁସାରେ କେତେ ଦାଦନ ଓଡ଼ିଶା ବାହାରେ ସଂଘର୍ଷ କରୁଛନ୍ତି ସେଥିନେଇ ସରକାରଙ୍କର କିଛି ପରବାୟ ନାହିଁ । ପେଟ ପାଇଁ ବାଧ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ରାଜ୍ୟରେ ନିଯୁକ୍ତି ଦେବା ବିଜେଡି ସରକାର ପାଇଁ ପ୍ରସଙ୍ଗ ହିଁ ନୁହେଁ । ଅର୍ଥାତ୍ ଦାଦନଙ୍କୁ ନେଇ କିଛି କରିବ ନାହିଁ ବିଜେଡି । ଏମାନେ ପୁଣି ଦାଦନ ଖଟିବାକୁ ଯିବେ । ଗୋଟିଏ ପଟେ ଶ୍ରମମନ୍ତ୍ରୀଙ୍କ ଏ ବୟାନରେ ଲୁଚିଛି ପ୍ରଚାରରେ ମାତିଥିବା 24 ବର୍ଷର ସରକାରର ଚରମ ଅପାରଗତା ଅନ୍ୟପଟେ ରାଜ୍ୟର ଦାଦନ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ପ୍ରକଟ କରିଛନ୍ତି  ଚିନ୍ତା। 
 ରାଜ୍ୟରେ କାମ ମିଳୁଥିଲେ ବିଦେଶ ଯାଉ ନ ଥାନ୍ତେ ଓଡ଼ିଆ । କେତେବେଳେ ଜୀବନ ଧରି ଫେରିବେ ତ ଆଉ କେତେବେଳେ ଶବ ହୋଇ। ଆଉ ଏମାନଙ୍କ ଅବସ୍ଥାକୁ ନେଇ ଏମିତି ଆଶଙ୍କାରେ ରହିବେ ପରିଜନ। ଏମିତି ହେବେ ବିକଳ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଦାଦନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି। ତେଜେଶ୍ବର ପରିଡ଼ା କହିଛନ୍ତି ଶ୍ରମିକଙ୍କ ଅସହାୟତାର ଫାଇଦା ନେଉଛନ୍ତି ରାଜ୍ୟ ସରକାର। ଉତ୍ତରାଖଣ୍ଡରୁ ଫେରିଥିବା ଓଡ଼ିଆ ଶ୍ରମିକ କାମ ନାହିଁ ବୋଲି ପୁଣି ସୁଡ଼ଙ୍ଗକୁ ଫେରିବେ କହିବା ବିଜେଡି ପାଇଁ ଲଜ୍ଜାଜନକ। ଗୋଟିଏ ପଟେ ଓଡ଼ିଆଙ୍କୁ କାମ ଯୋଗାଇବାରେ ବିଫଳ ରାଜ୍ୟ ସରକାର। ଅନ୍ୟପଟେ ବିଧାନସଭାରେ ମିଛ କହୁଛନ୍ତି ଶ୍ରମମନ୍ତ୍ରୀ। ଯଦି ଉତ୍ତରାଖଣ୍ଡରେ ଫସିଥିବା 41 ଶ୍ରମିକଙ୍କ ମଧ୍ୟରେ 5 ଜଣ ଓଡ଼ିଆ, ତେବେ ସାରା ଦେଶରେ କେତେ ଓଡ଼ିଆ ଦାଦନ ଅଛନ୍ତି ସ୍ପଷ୍ଟ ଅନୁମେୟ। 

 24 ବର୍ଷର ଶାସନରେ ପୁରୁଷାର୍ଥ ଅଭାବରୁ ପରିଶ୍ରମୀ ଓଡ଼ିଆ ସାଜିଛି ବେକାର। ଯଦି 24 ବର୍ଷ ଭିତରେ ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସଂଶାଧନର ସୁବିନିଯୋଗ କରାଯାଇଥାନ୍ତା ଆଜି କଣ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଥାନ୍ତା ? ଉତ୍ତରାଖଣ୍ଡରୁ ଫେରିଥିବା 5 ଶ୍ରମିକଙ୍କ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ପ୍ରଶ୍ନ ହେଲା ଦାଦନ ଖଟିବାକୁ ଯାଉଥିବା ଲକ୍ଷ ଲକ୍ଷ ଓଡ଼ିଆ କେତେଦିନ ରୋଜଗାର ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବେ ? ଅପାର ସମ୍ଭାବନା ସତ୍ତ୍ବେ କାହିଁକି ରାଜ୍ୟରେ ରୋଜଗାର ସୃଷ୍ଟିରେ ବିଫଳ ବିଜେଡି ସରକାର ?  

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
arriving at the birthplace of uttarkashi tunnel labour | Argus News