Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ

Smruti Parija
Browse all articles by Smruti Parija
·1 year ago·1 min read
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇଥିବାବେଳେ ଜଣେ ଚିକିତ୍ସା ପାଇଁ କଟଟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଧୂଷୁରୀ ଓ ଧାମନଗର ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ ହୋଇଛି । 

ସେପଟେ ଉକ୍ତ ବଜାରରେ ଗୋଷ୍ଠୀ ସଂଘର୍ଷକୁ ନେଇ  BNSS ର ୧୬୩ ଧାରା ଲାଗୁ ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ ହୋଇଛି । ୧୯ ତାରିଖ ଅପରାହ୍ନ ୨ ଟା ଠାରୁ ୨୧ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଏହି ସମୟରେ ଗୁଡୁପୋଖରୀର ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
article-163-imposed-in-bhadrak | Argus News