Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା

Odisha

ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା

ଅର୍ଗସ ବ୍ୟୁରୋ: ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା। ଘରେ କେହି ନଥିବାର ସୁଯୋଗ ନେଇ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ବନମାଳିପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ। ମନୋଜ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଫତେଗଡ ଥାନାରେ ଅଭିଯୋଗ ହୋଇଛି।  ମନୋଜ ପରିବାର ସହ ଭୁବନେଶ୍ଵରରେ ରୁହନ୍ତି। ଗ୍ରାମରେ ଥିବା ଘରେ ତାଲା ପଡିବା ସହ ସୁରକ୍ଷା କାରଣରୁ ସିସିଟିଭି ଲଗାଯାଇଥିଲା।

ତେବେ ଦୁଇଦିନ ତଳେ ସିସିଟିଭି ଅଚଳ ଦେଖାଇବାରୁ ନିଜ ଗ୍ରାମ ବନମାଳିପୁରରେ ରହୁଥିବା ଝିଆରୀକୁ ଏ ସମ୍ପର୍କରେ ଜଣାଇଥିଲେ। ମନୋଜଙ୍କ ଝିଆରୀ ଘର ଦେଖିବାକୁ ଆସିବାରେ ତାଲା ଭାଙ୍ଗି ଲୁଟ ହୋଇଥିବା ନେଇ ଖବର ଦେଇଥିଲେ। ଲୁଟେରା ମାନେ ପ୍ରଥମେ ଘର ସମ୍ମୁଖ ଗ୍ରୀଲ ଭାଙ୍ଗି ଭିତରେ ପଶିବା ସହ ଏକାଧିକ ରୁମ ତାଲା ଓ କବାଟ ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଏବଂ ସୁନାଗହଣା ଲୁଟି ନେଇଛନ୍ତି। ଏ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ମିଶି ୧ ଲକ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଥାନାରେ ଅଭିଯୋଗ ହୋଇଛି। ରାତିରେ ଏହି ଲୁଟ ହୋଇଥିବା ବେଳେ ଅତ୍ୟନ୍ତ ଚତୁରତାର ସହ ସିସିଟିଭି ଭାଙ୍ଗି ଲୁଟ କରିଥିବା ବେଳେ ସିସିଟିଭି ହାର୍ଡଡିସ୍କକୁ ମଧ୍ୟ ସାଥିରେ ନେଇ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Artist turned in cinema style | Argus News