Videos
|
Odisha

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ

Ritu Das
Browse all articles by Ritu Das
·2 years ago
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ତାଙ୍କ ଜାଗାରେ ଦାୟିତ୍ୱ ନେଇଛନ୍ତି ଅରବିନ୍ଦ ପାଢୀ। ତେବେ ଅରବିନ୍ଦ ପାଢୀ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ନେବାସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। 

ବିଶେଷକରି 1971ମସିହାରେ ଯେଉଁଭଳି ଭାବେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ରଥଯାତ୍ରା ନୀତିକାନ୍ତି ସମ୍ପାଦନ ହୋଇଥିଲା ଚଳିତବର୍ଷ କିଭଳି ନୀତିକାନ୍ତି ସମ୍ପନ୍ନ ହେବ ସେ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରଥଖଳା ଯାଇ ରଥନିର୍ମାଣ କାର୍ଯ୍ୟକୁ ମଧ୍ୟ ଦୃଷ୍ଟି ଦେଇଥିଲେ ଅରବିନ୍ଦ। କିନ୍ତୁ ନିର୍ବାଚନ ଚାଲିଥିବାରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Arvind Padhi took | Argus News