Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି

ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି ।  ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢେ ୫ଟାରୁ ଆସିଯାଉଛି ଖରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ : ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ଆକଳନ

ଆସନ୍ତା 5 ଦିନ ପାଇଁ ଦେଶର 6  ରାଜ୍ୟକୁ ହିଟୱେଭ ଓ 3 ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବେ ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ପାରଦ ଉପରମୁହାଁ ହୋଇଥିବାବେଳେ ତାମିଲନାଡୁ, କେରଳ ଓ ଦକ୍ଷିଣପୂର୍ବ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ଦେଖା ଦେଇଛି । ମେ’ ମାସରେ ତାତି ରେକର୍ଡ କରିଛି। ଦେଶର ଅଧିକାଂଶ ରାଜ୍ୟରେ ପାରଦ ୪୫ ଟପିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As of 8.30 am, Bhubaneswar recorded temperature of 34.6 | Argus News