Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ସକାଳ ସୁଦ୍ଧା 1178 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି: ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ସକାଳ ସୁଦ୍ଧା 1178 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି: ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପରେ ଆସିଲା ପ୍ରାଥମିକ ରିପୋର୍ଟ..14 ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ଙ୍କ ସୂଚନା...ବାତ୍ୟା ଦାନା ପ୍ରଭାବରେ ୧୦୮ଟି ବ୍ଲକ ପ୍ରଭାବିତ। ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ ପ୍ରଭାବିତ ହୋଇଛି ବୋଲି ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏଥିସହ ୩୧ ସହରାଞ୍ଚଳର ୪୨୬ଟି ୱାର୍ଡରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ବାତ୍ୟା ଯୋଗୁଁ  ୩୫ ଲକ୍ଷ ୯୫ ହଜାର ସମ୍ପୂର୍ଣ୍ଣ ପ୍ରଭାବିତ। ବର୍ଷଆ ପବନରେ ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ଆଜି ସକାଳ 10 ସୁଦ୍ଧା 1178 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି.  ଲୋକେ ଫେରିବା ଆରମ୍ଭ କଲେଣି. ରନ୍ଧା ଖାଦ୍ୟ ମାଧ୍ୟମରେ 8ଲକ୍ଷ 10ହଜାର 896 ଲୋକ ଉପକୃତ ହୋଇଛନ୍ତି. ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ. ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି. ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ । ଆସନ୍ତାକାଲି ପାଗ ଅନୁକୂଳ ରହିଲେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଏହା ପରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ। କେନ୍ଦ୍ରୀୟ ଟିମ ମଧ୍ୟ ଆସି ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As of this morning, 1178 relief centers are operational: Minister of Revenue and Development | Argus News