Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି, ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି, ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ସୁନହଟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ । ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି । ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ସେହିପରି ସୋସିଆଲ ମିଡ଼ିଆରେ ବିଶୃଙ୍ଖଳା ସୃଷ୍ଟିକାରୀ ମନ୍ତବ୍ୟ ଆସୁଥିବାରୁ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ବାଲେଶ୍ୱର ପୌରାଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ରାଜ୍ୟ ଗୃହ ବିଭାଗର ଅପିଲ୍ କରିଛି । ହିଂସା ଘଟଣାରେ ଉଭୟ ଗୋଷ୍ଠୀର 44 ଜଣଙ୍କୁ ଅଟକ ରଖିଛି ପୋଲିସ । ସେପଟେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ ଦତ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As peace returns to communal clashes but curfew will remain in force in urban areas | Argus News