Videos
|
Odisha

ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ

Smruti Parija
Browse all articles by Smruti Parija
·2 years ago·1 min read
ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ

ଅର୍ଗସ ବ୍ୟୁରୋ:  ନିଲାମ ହେବ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସାମଗ୍ରୀ । ଠିକାଦାରଙ୍କ 18 ଲକ୍ଷ ଟଙ୍କା ନଦେଇପାରିବାରୁ ନିଲାମ ହେବ । ଭୁବନେଶ୍ବର ସିନିୟର୍ ଡିଭିଜନ ସବ୍ ଜଜଙ୍କ ନିର୍ଦ୍ଦେଶକ୍ରମେ ହେବ ନିଲାମ । ନିଲାମ ପାଇଁ ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ । କନଷ୍ଟ୍ରକସନ୍ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 

ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ । 1998 ମସିହାରେ ନ' ତାଲା ନିର୍ମାଣ କରିଥିଲେ ଠିକାଦାର । ଏପ୍ରିଲ 29 ତାରିଖରେ ପୂର୍ବରୁ କୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନକରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । 

ତେବେ ଏହି ସବୁ ସାମଗ୍ରୀ ନିଲାମ ହେବ । ଗୋଟିଏ ଏକ୍‌ଜିକ୍ୟୁଟିଭ ଚେୟାର, ଗୋଟିଏ ଏକ୍‌ଜିକ୍ୟୁଟିଭ ଟେବୁଲ, ୪ଟି ଅଫିସ ଚେୟାର, ଗୋଟିଏ ଡିଜାଇନ୍‌ଡ ବିଗ୍ ସୋଫା, ୨ଟି ଡିଜାଇନ୍‌ଡ ସ୍ମଲ୍  ସୋଫା, ଷ୍ଟାଣ୍ଡିଂ AC କ୍ୟାରିଅର ୨ଟି ଏମିତି ୧୬ଟି ସୌଖିନ ଜିନିଷ ନିଲାମ ହେବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: