Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଞ୍ଜ ନଇଁଲେ ମାତ୍ରେ ବଢିଲା ଟେନସନ୍, ଶୂନଶାନ ହୋଇଯାଉଛି ରାସ୍ତାଘାଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସଞ୍ଜ ନଇଁଲେ ମାତ୍ରେ ବଢିଲା ଟେନସନ୍, ଶୂନଶାନ ହୋଇଯାଉଛି ରାସ୍ତାଘାଟ

ଅର୍ଗସ ବ୍ୟୁରୋ:  ସଞ୍ଜ ନଇଁଲେ ମାତ୍ରେ ବଢିଲା ଟେନସନ୍ । ଶୂନଶାନ୍ ହୋଇଯାଉଛି ରାସ୍ତାଘାଟ । ଗାଁରୁ ବାହାରିବାକୁ ଲାଗୁଛି ଭୟ । ସବୁଠି ବିଜୁଳି ନଥିବାବେଳେ କିଟ୍ କିଟ୍ ଅନ୍ଧାରରେ ପାଦେ ପାଦେ ବିପଦ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଏଭଳି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି 30ରୁ ଅଧିକ ଆଦିବାସୀ ପରିବାର । ଆମେ କହୁଛୁ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଡାବରା ଗୁଡ଼ା ପଞ୍ଚାୟତର କରଞ୍ଜସାହି ଗାଁ କଥା । ଗାଁକୁ ଭଲ ରାସ୍ତା ଖଣ୍ଡିଏ ଆଜି ଯାଏଁ ହୋଇପାରିଲା ନାହିଁ । ଦେଢ ହାତ ଓସାରିଆ ମାଟି ପଥର ଖାଲ ଖମାର ରାସ୍ତା । ତା ଉପରେ ରାତି ହୋଇଗଲେ ଯାତୟତ ପଥରେ ଆଲୁଅର ନାହିଁ ବ୍ୟବସ୍ଥା । ଆଉ ୟେ ଚିତ୍ର ହେଉଛି ତାର ପ୍ରମାଣ । ଟର୍ଚ୍ଚ ଆଲୁଅ ମାରି ୟେ ଜଙ୍ଗଲ ରାସ୍ତାରେ କିଏ ବା ଯିବାକୁ ସାହାସ୍ କରିବ । ପାରୁନଥିବାବେଳେ କୁନି କୁନି ପିଲା ୟେ ରାସ୍ତାରେ ସ୍କୁଲ୍ ଯିବାକୁ କୁଣ୍ଠାବୋଧ କରନ୍ତି ।

ଖାଲି ସେତିକି ନୁହେଁ, ପାଣି ପାଇଁ ବି ଏଠି ନିତି ସଂଘର୍ଷ । ବର୍ଷା ଦିନେ ପରିତ୍ୟକ୍ତ କୂଅର ଗୋଳିଆ ପାଣି ହିଁ ଭରସା । ଆଉ ଖରାଦିନେ ଦୀର୍ଘ କିମି ଚାଲି ଚାଲି ଯାଇ ନଦୀରୁ ପାଣି ଆଣଥାନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଦୀର୍ଘ ବର୍ଷ ହେଲା ସମସ୍ୟା ସଂପର୍କରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କରି ଆସିଛନ୍ତି । ହେଲେ 24 ବର୍ଷର ବିଜେଡି ସରକାରର କାନରେ ପଡିଲାନି ଗୁହାରି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As soon as the sun sets, the tension increases, the streets are becoming empty | Argus News