Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ

Manini Pattanayak
Browse all articles by Manini Pattanayak
·2 years ago·1 min read
ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ

ବୌଦ୍ଧ: ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ପିଇବା ପାଣି ପାଇଁ ୨୦୦ ପରିବାରର ସାହାରା ସାଜିଛି ପରିତ୍ୟକ୍ତ ଅବସ୍ଥାରେ ଥିବା ଖୋଲା କୂଅ।  । ପାଣି ପାଇଁ ଦହଗଂଜ ହାଟପଦା ନୁଆଁ ସାହି। ମୁନ୍ଦାଏ ପାଣି ପାଇଁ ହେଉଛନ୍ତି ଡହଳ ବିକଳ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା...ଗରାଏ ପାଣି ପାଇଁ ଯିବାକୁ ପଡୁଛି ବହୁଦୁର । ୨୦୦ ପରିବାରର ସାହାରା ସାଜିଛି ପରିତ୍ୟକ୍ତ କୂଅ, ଏହି କୂଅରୁ ପାଣି ଗରାଏ ପାଇଁ ଲାଗୁଛି ମହିଳାଙ୍କ ଭିଡ଼ l ବୌଦ୍ଧ ମୁଣ୍ଡାପଡା ପଂଚାୟତ ହାଟପଦା ନୁଆଁ ସାହିରେ ଦେଖିବାକୁ ମିଳିଛି ଏଭଳି ଜଳ ସଙ୍କଟ l

ଗାଁରେ ଫେଲ୍ ମାରିଛି ବସୁଧା ଯୋଜନା। ସରକାରୀ ଯୋଜନାରେ ନିର୍ମାଣ ହୋଇଛି 50ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି l ଘରେ ଘରେ ପାଣି ପାଇଁ କନେକ୍ସନ ମଧ୍ୟ ଦିଆଯାଇଛି, ହେଲେ କୋମାରେ ପଡିଛି ବସୁଧା ପାଣି ଟାଙ୍କି l ଏପଟେ 30 ଫୁଟର କୂଅରୁ ପାଣି ଆଣିବା ପାଇଁ ଲାଗୁଛି ଲମ୍ବା ଲାଇନ୍।  ନୁଆଁ ସାହିରେ ଖାଲି ପାଣି ନୁହେଁ ବିଦ୍ୟୁତ୍ ଯୋଗାଣ ମଧ୍ୟ ମୁଖ୍ୟ ସମସ୍ୟା ପାଲଟିଛି । ସନ୍ଧ୍ୟା ହେଲେ କିଟ କିଟ ଅନ୍ଧାରରେ ବୁଡି ଯାଉଛି ପୁରା ଗାଁ ।  ଏନେଇ ସ୍ଥାନୀୟ  ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।  ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l 
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As the rain increases, the water problem is more acute | Argus News