Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୫  କି.ମି ଦୂର ଭାରରେ ବୁହା ହେଲେ ପ୍ରସୂତି

Odisha

ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୫  କି.ମି ଦୂର ଭାରରେ ବୁହା ହେଲେ ପ୍ରସୂତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୫  କି.ମି ଦୂର ଭାରରେ ବୁହା ହେଲେ ପ୍ରସୂତି

ଅର୍ଗସ ବ୍ୟୁରୋ: ୨୪ ବର୍ଷର ସ୍ଥିର ସରକାରର ପୁରୁଷାର୍ଥ ଉପରେ ପ୍ରଶ୍ନବାଚୀ । ଆଜି ବି ଜନନୀ ଯନ୍ତ୍ରଣାରେ କଲବଲ ଅନେକ । ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ପାହାଡ଼ିଆ ରାସ୍ତାରେ ଶିଶୁ କନ୍ୟାକୁ ଜନ୍ମ ଦେଇ ୫  କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ପ୍ରସୂତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର  ଲରେଶ ଗାଁର ଦ୍ୱୀପ ସାଉନ୍ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଗାଁ ମୁଣ୍ଡରେ ଥିବା ଏକ ପାହାଡ଼ ଚଡ଼ି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା ।

ଷ୍ଟେଚର ସାହାଯ୍ୟରେ ଭାର କରି ପାହାଡ଼ିଆ ରାସ୍ତାରେ ଯାଉଥିବା ବେଳେ ଅଧା ବାଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଦ୍ୱୀପ । ସେହିଠାରୁ ପୁଣି  ପାହାଡ଼ ରାସ୍ତା ଦେଇ ୫ କିମି ଦୂର ବାଟ ଭାରରେ ବୋହି ନେଇଥିଲେ ପରିବାର ଲୋକେ । ମରିଚିଗୁଡ଼ା ଗାଁ ଛକ ଯାଏଁ ଯିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ମାଆ ଓ  ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As there was no road, an ambulance came to the village, and the delivery was carried 5 km away. | Argus News