Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ରାସ୍ତା ନ ଥିବାରୁ ୪ କି.ମି ଗର୍ଭବତୀଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ

Ritu Das
Browse all articles by Ritu Das
·1 year ago·1 min read
ଗାଁକୁ ରାସ୍ତା ନ ଥିବାରୁ ୪ କି.ମି ଗର୍ଭବତୀଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ

ଅର୍ଗସ ବ୍ୟୁରୋ: ଥମୁନି ଜନନୀ ଯନ୍ତ୍ରଣା । ଗ୍ରାମକୁ ରାସ୍ତା ନ ଥିବାରୁ ୪ କିଲୋମିଟର ଗର୍ଭବତୀଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ ଗ୍ରାମବାସୀ। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପଟ୍ଟାଙ୍ଗି ବ୍ଲକ ଏଟିଗାବଡର ଗ୍ରାମରେ । ଗ୍ରାମର ଗର୍ଭବତୀ ମହିଳା ମାଲେ ହୋନ୍ତାଲଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। 

ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ଶେଷରେ ଗର୍ଭବତୀଙ୍କୁ କାନ୍ଧରେ ବୋହି ହସ୍ପିଟାଲ ଯାଏଁ ଆଣିଥିଲେ ଗାଁଲୋକେ । ଏପରି ଘଟଣା ଏହି ଅଞ୍ଚଳରେ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ୨୪ ବର୍ଷ ହେଲା ବିଜେଡି ଶାସନରେ ଗାଁକୁ ଖଣ୍ଡେ ରାସ୍ତା ହୋଇପାରିନି। ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଅଞ୍ଚଳରେ ସରକାରୀ ଯୋଜନାଗୁଡିକ ଏଯାଏ ଅପହଞ୍ଚ। ବିଜେପି କ୍ଷମତାକୁ ଆସିବାପରେ ଗାଁର ସ୍ଥିତିରେ ସୁଧାର ଆସିବ ବୋଲି ଗାଁ ଲୋକେ ଆଶାବାଦୀ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As there was no road | Argus News