Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଉଁଶ ଉଡ଼ି ଲୋକଙ୍କ କୂଅ ଓ ପୋଖରୀରେ ପ୍ରଦୂଷିତ

Odisha

ପାଉଁଶ ଉଡ଼ି ଲୋକଙ୍କ କୂଅ ଓ ପୋଖରୀରେ ପ୍ରଦୂଷିତ

Ritu Das
Browse all articles by Ritu Das
·2 years ago·1 min read
ପାଉଁଶ ଉଡ଼ି ଲୋକଙ୍କ କୂଅ ଓ ପୋଖରୀରେ ପ୍ରଦୂଷିତ

ଅର୍ଗସ ବ୍ୟୁରୋ: ଝାରସୁଗୁଡା ସ୍ଥିତ ଇବ ଥର୍ମାଲ ଓପିଜିସି ବିଦ୍ୟୁତ କାରଖାନା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ପାଉଁଶ ଓ ବିଷାକ୍ତ ଧୂଆଁ ଲୋକଙ୍କୁ ଅତିଷ୍ଠ କରିଦେଉଛି। ବିଶେଷକରି ଓପିଜିସି ଆସପଣ୍ଡ ଯୋଗୁଁ ନିକଟରେ ଥିବା ଜମିରେ ଫସଲ କ୍ଷତିଗ୍ରସ୍ତ ହେଉଥିବା ପୂର୍ବରୁ ଅଭିଯୋଗ ହୋଇଛି । 

ଏନେଇ କ୍ଷତିଗ୍ରସ୍ତମାନେ ଜିଲା ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ପ୍ରତିକାରର ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ସମସ୍ୟା ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।  ଭିଡିଓରେ ଦେଖନ୍ତୁ କିଭଳି ସ୍ଥାନୀୟ ଅଞ୍ଚଳରେ ପାଉଁଶର ଉପଯୁକ୍ତ ଯତ୍ନ ନିଆ ନ ଯାଇ ଆସପଣ୍ଡରେ ଆସ ଗଦେଇ ଦିଆଯାଉଥିବାରୁ ସାମାନ୍ୟ ପବନରେ ତାହା ଉଡ଼ି ଅଞ୍ଚଳର ପରିବେଶକୁ ପ୍ରଦୂଷିତ କରୁଛି। ବିଶେଷକରି ଖରାଦିନେ ଆସପଣ୍ଡରୁ ବହୁମାତ୍ରାରେ ପାଉଁଶ ଗୁଣ୍ଡ ଉଡ଼ୁଛି। ପାଉଁଶ ଉଡ଼ି ଆଖପାଖ ଅଞ୍ଚଳର ଲୋକଙ୍କ ଘରେ, କୂଅ ଓ ପୋଖରୀରେ ପଡ଼ିବା ଦ୍ୱାରା ପ୍ରଦୂଷଣ ମାତ୍ରା ବଢ଼ିଯାଇଛି ବିଶେଷକରି ଖରାଦିନେ ହେଉଥିବା ପବନରେ ଆସପଣ୍ଡରୁ ପ୍ରବଳମାତ୍ରାରେ ପାଉଁଶ ଉଡ଼ୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ashes fly and | Argus News