ପାର୍ଶ୍ୱ ଅଭିନେତା ରାମଚନ୍ଦ୍ର ମିଶ୍ରଙ୍କୁ ଧରି ଆଶିଷ କରୁଥିଲେ କଲେକସନ୍ !

ଅର୍ଗସ ବ୍ୟୁରୋ: 52 ପ୍ଲଟ୍, ଦାମୀ ଅଟ୍ଟାଳିକା, ଆପାର୍ଟମେଣ୍ଟ, ରାଇସ୍ ମିଲ୍। ଗିରଫ ହେଲେ କୁବେର ବାବୁ ଅବକାରୀ ବିଭାଗର ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ର । କୋଟି କୋଟି ଟଙ୍କାର ମାଲିକଙ୍କ ପଛରେ କିଏ । ବିବାଦ ଘେରରେ ପୂର୍ବତନ ଅବକାରୀ କମିଶନର ଆସିଷ ସିଂହ । 2021ରୁ 2023 ପର୍ଯ୍ୟନ୍ତ ଆଶିଷ ସିଂହ ଥିଲେ ଅବକାରୀ କମିଶନର । ସେତେବେଳେ ରାମଚନ୍ଦ୍ର ମିଶ୍ରଙ୍କ ପ୍ରମୋସନ ହୋଇ ଡେପୁଟି କମିଶନର ବି ହୋଇଥିଲେ । ଅଭିଯୋଗ ହୋଇଛି ମଦ ମାଫିଆ, ଗଂଜେଇ ମାଫିଆଙ୍କଠାରୁ ଚାନ୍ଦା ଆଦାୟର ରିଙ୍ଗ ମାଷ୍ଟର ଥିଲେ ଖୋଦ୍ ଆଶିଷ ସିଂହ। ରାମଚନ୍ଦ୍ରଙ୍କ ଭଳି ଏମିତ ଅନେକ ମୋହରା ଥିଲେ ଆଶିଷଙ୍କର। ଆଉ ଏଇ ଯାଉଥିଲା ବିଜେଡି ପାଣ୍ଠିକୁ । ରାମଚନ୍ଦ୍ର ରଥଙ୍କ ପାଖରୁ ଜବତ କୋଟି କୋଟି ଟଙ୍କାର ସଂପତ୍ତି ସମୁଦ୍ରକୁ ଶଂଖେ। ଯଦି ଖୁଚୁରା ଏତେ, ତାହା ହେଲେ ଗୋଦାମ ଘରେ କେତେ, ତାକୁ ନେଇ ଉଠିଛି ପ୍ରଶ୍ନ ।
ଦିଲ୍ଲୀ ଲିକର ଗେଟ୍ ସ୍କାମଠାରୁ ବି ବଡ଼ ଓଡ଼ିଶାରେ ମଦ ଦୁର୍ନିତୀ । ସାହୁ ବ୍ରଦର୍ସ ହୁଅନ୍ତି କିମ୍ବା ବଣେଇର ଡବ୍ଲୁ, ବିଜେଡି ନେତା ଓ ପୋଲିସର ଛତ୍ରଛାୟାରେ ଏମାନେ ବଢାଇଥିଲେ ସେମାନଙ୍କ ସାମ୍ରାଜ୍ୟ। ବେଆଇନ ଦେଶୀ ମଦ କାରବାର ସହ ଭେଜାଲ୍ ମଦ କାରବାରରୁ କୋଟି କୋଟି ଟଙ୍କାର ମୁନାଫା। ଆଉ ଟଙ୍କା ଯାଉଥିଲା ବିଜେଡି ଫଣ୍ଡକୁ । ଅଭିଯୋଗ ହେଉଛି ଆଶିଷ ସିଂହଙ୍କ ମାଧ୍ୟମରେ ଚାନ୍ଦା ଯାଉଥିଲା ଡିଏସ କୁଟ୍ଟେ ଓ ପାଣ୍ଡିଆନଙ୍କ ପାଖକୁ। ଆଉ ସବୁ ଜାଣି ବି ଚୁପ୍ ରହୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜେଡି ପୃଷ୍ଠପୋଷକତାରେ ଚାଲିଥିଲା ଅବକାରୀ କେଳେଙ୍କାରୀ। ଏବେ ତଦନ୍ତ ହେଲେ ଖୋଲିବ ବଡ଼ ଦୁର୍ନିତୀର ବଡ଼ ଗୁମର। ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭିଜିଲାନସ ଜାଲରେ ପଡ଼ିବା ପରେ ବିଜେଡି ଶାସନରେ ହୋଇଥିବା ବଡ଼ ଦୁର୍ନୀତିର ଗୁମର ଖୋଲିଥିଲା। ଆଉ ଏବେ ରାମଚନ୍ଦ୍ରଙ୍କର ଅଚଳାଚଳ ସଂପତ୍ତି ପଛରେ ମଧ୍ୟ ବଡ଼ ଦୁର୍ନୀତିର ତଦନ୍ତ ପରେ ହେବ ପର୍ଦ୍ଦାଫାସ୍।
ଅଧିକ ପଢ଼ନ୍ତୁ ଓଡିଶା ଖବର: