|
logo
Live
Argus News App
GET APP

Argus News - ହର୍ମୁଜରୁ ସୁରକ୍ଷିତ ଫେରୁଛନ୍ତି ଓଡ଼ିଆ ଯୁବକ ଅଶୋକ ଦୀକ୍ଷିତ, ୩୧ରେ ଭାରତରେ ପହଞ୍ଚିବେ

Odisha

Safe After Missile Attack / ହର୍ମୁଜରୁ ସୁରକ୍ଷିତ ଫେରୁଛନ୍ତି ଓଡ଼ିଆ ଯୁବକ ଅଶୋକ ଦୀକ୍ଷିତ, ୩୧ରେ ଭାରତରେ ପହଞ୍ଚିବେ

Bikash Mohanty
Browse all articles by Bikash Mohanty
·2 days ago·2 min read
ହର୍ମୁଜରୁ ସୁରକ୍ଷିତ ଫେରୁଛନ୍ତି ଓଡ଼ିଆ ଯୁବକ ଅଶୋକ ଦୀକ୍ଷିତ, ୩୧ରେ ଭାରତରେ ପହଞ୍ଚିବେ
Ashok Dixit

Key Points

ମିସାଇଲ ମାଡ଼ରୁ ସୁରକ୍ଷିତ ଫେରୁଛନ୍ତି ଓଡ଼ିଆ ଯୁବକ
୧୯ ଦିନ ହେଲା କତର ଉପକୂଳରେ ଫସିଥିଲେ ଅଶୋକ ଦୀକ୍ଷିତ
ଆସନ୍ତା 1 ତାରିଖ ସୁଦ୍ଧା ଭାରତରେ ପହଞ୍ଚିବେ ଅଶୋକ
ଭୁବନେଶ୍ବର ୩୦/୩: ହର୍ମୁଜରୁ ରିଲିଜ ହେଲା ପରେ ମଝି ଦରିଆରୁ ଦେଲେ ପ୍ରଥମ ରିଆକ୍ସନ ଦେଲେ ଅଶୋକ ତ୍ରିପାଠୀ। କଡା ସୁରକ୍ଷା ବଳୟରେ ଫେରୁଛନ୍ତି ଭାରତ। ଇଣ୍ଡିଆନ ନେଭି ଏସକର୍ଟ କରି ଜାହାଜକୁ ଭାରତକୁ ଆଣୁଛି। ଏବେ ଗଲ୍ଫ ଅଫ ଓମାନରୁ ଜହାଜ ପାର କରିଛି ବୋଲି କହିଛନ୍ତି ଏଲ୍‌ପିଜି ବୋଝେଇ ଜାହାଜର ଚିଫ୍‌ ଅଫିସର କଟକର ଅଶୋକ କୁମାର ଦୀକ୍ଷିତ। 

ଆଖି ଆଗରେ ହେଉଥିଲା ଘନ ଘନ ମିସାଇଲ ମାଡ଼। ୩୪ ଦିନର ଦୀର୍ଘ ଓ ଅନିଶ୍ଚିତ ପରିସ୍ଥିତି ପରେ, ଆମ ଜାହାଜ ବର୍ତ୍ତମାନ ଭାରତୀୟ ନୌସେନାଙ୍କର ସୁରକ୍ଷିତ ଏସ୍କର୍ଟ ଅଧୀନରେ ହର୍ମୁଜ ସଙ୍କୁଚିତ ସମୁଦ୍ରପଥ ଦେଇ ଅଗ୍ରସର ହେଉଛି ବୋଲି ଭିଡ଼ିଓ କଲରେ କହିଛନ୍ତି ଅଶୋକ ଦୀକ୍ଷିତ। ଏହି ଦିନଗୁଡ଼ିକ ଭୟ, ଚାପ ଏବଂ ନିରନ୍ତର ଅନିଶ୍ଚିତତାରେ ପୂର୍ଣ୍ଣ ଥିଲା।  ସୁରକ୍ଷା ପଥରେ ଆଗକୁ ବଢ଼ୁଥିବା ସମୟରେ, ଏହା ଏକ ନୂତନ ଆରମ୍ଭ ପରି ଲାଗୁଛି। ଏକ ରାହତ, ଆଶା ଓ କୃତଜ୍ଞତାର ମୁହୂର୍ତ୍ତ। ଭାରତୀୟ ନୌସେନା ଓ ଭାରତ ସରକାରଙ୍କୁ ମୋର ହୃଦୟପୂର୍ଣ୍ଣ ଏବଂ ଗଭୀର କୃତଜ୍ଞତା ଜଣାଉଛି, ଯାହାଙ୍କର ଅଟୁଟ ସମର୍ଥନ, ସାହସ ଓ ପ୍ରତିବଦ୍ଧତା ଆମକୁ ଏହି ଯୁଦ୍ଧସଦୃଶ ପରିସ୍ଥିତିରୁ ସୁରକ୍ଷିତ ଭାବେ ବାହାର କରିଛି। ସେମାନଙ୍କର ସମୟୋପଯୁକ୍ତ ପଦକ୍ଷେପ ଆମ ସୁରକ୍ଷାକୁ ସୁନିଶ୍ଚିତ କରିଥିବା ସହିତ ଆମ ପରିବାରମାନଙ୍କ ମୁହଁରେ ପୁଣିଥରେ ହସ ଫେରାଇ ଆଣିଛି।

 ପଢନ୍ତୁ ଏହି ଖବର୮ରୁ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି.ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ

ଆସନ୍ତା 1 ତାରିଖ ସୁଦ୍ଧା ଭାରତରେ ପହଂଚିବୁ। ମେଙ୍ଗଲୋର ପୋର୍ଟରେ ପହଁଞ୍ଚିବା ସୂଚନା ରହିଛି କହିଛନ୍ତି ଅଶୋକ। ଆଶୋକ ରହିଥିବା ଯାହାଜ ହର୍ମୋଜ ପାର ହେଲା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଭିଡ଼ିଓ କଲରେ ସ୍ୱାମୀଙ୍କ ସହିତ କଥା ହୋଇ ଭଲ ମନ୍ଦ ପଚାରିଛନ୍ତି। 34 ଦିନ ଟା 34 ଯୁଗ ଭଳି ଲାଗୁଛି। ଟିଭିରେ ଦେଖ ବହୁତ ଭୟ ଲାଗୁଥିଲା। ଗତ ଦୁଇ ଦିନ ତଳେ ତେଲ ଟ୍ୟାଙ୍କର ବିସ୍ଫୋରଣ ମନରେ ଭୟ ବାତାବରଣ ଖେଳି ଯାଇଥିଲା। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶୋକଙ୍କ ପତ୍ନୀ ସୃତିରେଖା ସାହୁ। 

ଏଲ୍‌ପିଜି ବୋଝେଇ ଜାହାଜର ଚିଫ୍‌ ଅଫିସର କଟକର ଅଶୋକ କୁମାର ଦୀକ୍ଷିତ। ୪ ମାସ ତଳେ ଅଶୋକ ଜାହାଜରେ ଯାଇଥିଲେ । ମାର୍ଚ୍ଚ ୧୦ ତାରିଖରେ ସେ ଭାରତରେ ପହଞ୍ଚିଥାନ୍ତେ କିନ୍ତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଗଲା ୧୯ ଦିନ ହେଲା କତର ଉପକୂଳରୁ ୧୪ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଫସି ରହିଥିଲେ ଅଶୋକ ଓ ତାଙ୍କ ଜାହାଜର ଅନ୍ୟ କର୍ମଚାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Safe After Missile Attack: ହର୍ମୁଜରୁ ସୁରକ୍ଷିତ ଫେରୁଛନ୍ତି ଓଡ଼ିଆ ଯୁବକ ଅଶୋକ ଦୀକ୍ଷିତ, ୩୧ରେ ଭାରତରେ ପହଞ୍ଚିବେ | Argus News