Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna bhandar counting / ୮ରୁ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି.ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ

Bikash Mohanty
Browse all articles by Bikash Mohanty
·3 months ago·2 min read
୮ରୁ  ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି.ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ
Ratna bhandar

Key Points

ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ଧାର୍ଯ୍ୟ ହେଲା ତାରିଖ
ଏପ୍ରିଲ ୮, ୯ ଏଵଂ ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୁଚନା
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ପାଇଁ ଧାର୍ଯ୍ୟ ହେଲା ତାରିଖ । ଆସନ୍ତା ଏପ୍ରିଲ ୮, ୯ ଏଵଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ହେବ। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ସମୟରେ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ ନହେବ ତାହା ଉପରେ ବି ଆଲୋଚନା ସରିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ତାପରେ ଭିତର ରତ୍ନ ଭଣ୍ଡାର ଗଣତି ମଣତି ହେବ। ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିବ। ସେହିପରି ରଥଯାତ୍ରା ପାଇଁ ୬ ମାସ ଆଗରୁ ବୈଠକ ଚାଲିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି । ରଥଦାଣ୍ଡକୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବା ତା ଉପରେ ଗୁରୁତ୍ୱ ଦିଆଯାଉଛି । ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରଶସ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ତl ୨୫ ତାରିଖରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା। ଶ୍ରୀଅଙ୍ଗ ଲାଗି ହୋଇଥିବା ରାହୁରେଖା ଓ ସୁନାଚିତାକୁ ଛାଡ଼ିଦେଲେ ଆଜି ପ୍ରଥମ ଦିନରେ ଚଳନ୍ତି ଭଣ୍ଡାର ଗଣତିମଣତି ଶେଷ ହୋଇଛି। ସେ ସବୁକୁ ୧୯୭୮ ମସିହାର ରତ୍ନ ତାଲିକା ସହ ମେଳକ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଅଙ୍ଗଲାଗି ଅଳଙ୍କାର ଗଣାଯିବା ଅଳଙ୍କାର ସବୁ ଅଲଗା ଅଲଗା ସିନ୍ଦୁକରେ ରଖାଯିବା ସହ ସବୁ ରତ୍ନର କାଟାଲଗ୍ ପ୍ରସ୍ତୁତ କରାଯାଇଛି। ୬ ଘଣ୍ଟା ଧରି ଚାଲିଥିବା ଏହି ପ୍ରଥମ ଦିନର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭଣ୍ଡାର ମେକାପଙ୍କୁ ରତ୍ନ ଅଳଙ୍କାରର ମଣତି କରାଯାଇଛି। ସେ ସବୁର ଓଜନ ମାପ କରାଯାଇଛି। ପ୍ରଥମ ଥର ପାଇଁ ମୁଖ୍ୟ ଅଳଙ୍କାରଗୁଡ଼ିକର ୩ଡି ମ୍ୟାଫି କରାଯାଇଥିଲା। ଅଧିକୃତ ବ୍ୟକ୍ତିଙ୍କ ସାମ୍‌ନାରେ ସ୍ବଚ୍ଛତାର ସହ ଏହି ପ୍ରକ୍ରିୟା ଶେଷ ହୋଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବା ତିନିଟିଯାକ ଭଣ୍ଡାର ଗଣତି ହେବା ପରେ ଏହାର ରିପୋର୍ଟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବା ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ | ଏଣୁ ତା ପୂର୍ବରୁ କେତେ ବା କି ପ୍ରକାର ରତ୍ନ ରହିଲା ସେ ନେଇ ସୂଚନା ଦିଆଯାଇ ପାରିବ ନାହିଁ। ୪୮ ବର୍ଷ ପରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଛି। ପୂର୍ବ ପ୍ରସ୍ତୁତି ମୁତାବକ ମାହେନ୍ଦ୍ର ବେଳା ୧୨ଟା ୯ ମିନିଟ୍‌ରେ ହିଁ ଚଳନ୍ତି ଭଣ୍ଡାର ଖୋଲାଯାଇଥିଲା । ତା ପୂର୍ବରୁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ସେଠାରେ ଉପସ୍ଥିତ ଥିଲେ । ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ବିଶ୍ବନାଥ ରଥଙ୍କ ସମେତ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂହଙ୍କ ସମେତ ଭଣ୍ଡାର ମେକାପ, ତଢ଼ାଉକରଣ ଓ ବଣିଆ ସେବକ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ବଣିଆଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ୧୨ଟା ୯ ମିନିଟ୍‌ରୁ ୬ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।

ପଢନ୍ତୁ ଏହି ଖବର: ଆଜି ଖୋଲିବ ମହାପ୍ରଭୁଙ୍କ ଗହଣା ସିନ୍ଦୂକ କେତେ ଅଳଙ୍କାର ରହିଛି ସେସବୁର ହେବ ହିସାବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna bhandar counting | Ratna bhandar counting | Second Phase Counting of Treasures at Ratna Bhandar on April 8–10, 2026 | Argus News